ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସରୁ ସୁସ୍ଥ ହୋଇଥିବା ଦିଲ୍ଲୀର ପ୍ରାୟ 700 ତବଲିଗ ଜମାତ ସଦସ୍ୟ ଅନ୍ୟ କୋଭିଡ-19 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସେମାନଙ୍କ ପ୍ଲାଜମା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି।
![ପ୍ଲାଜମା ଦାନ କଲେ ସୁସ୍ଥ ହୋଇଥିବା 770 ଜମାତି](https://etvbharatimages.akamaized.net/etvbharat/prod-images/7063200_159_7063200_1588647966608.png)
ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କୋରୋନା ଭାଇରସରୁ ସଫଳତାର ସହ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ COVID-19 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆବେଦନ କରାଯାଇଥିଲା । ଏହାପରେ ପ୍ରଥମେ 100 ଜଣ ଜମାତୀ ପ୍ଲାଜମା ଦାନ କରିବାକୁ ରାଜି ହୋଇଥିବାବେଳେ, ପୁଣି 700 ଜଣ ତାଙ୍କ ପ୍ଲାଜମା ଦେଇଛନ୍ତି ।
ତବଲିଗ ଜମାତର ମୁଖପାତ୍ର ମୁଜିବୁର ରହମାନ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରାୟ 700 ତବଲିଗୀ ଜମାତ ଲୋକ ସେମାନଙ୍କ ପ୍ଲାଜମାକୁ ସୁଲତାନପୁରୀ ଏବଂ ନରେଲା କ୍ୱାରେଣ୍ଟାଇନ କେନ୍ଦ୍ରରେ ଦାନ କରିଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । "
"ବର୍ତ୍ତମାନ ସମୟରେ, ଯେଉଁ ରୋଗୀଙ୍କ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ନାହିଁ, ସେମାନଙ୍କଠାରୁ ଆମେ ରକ୍ତ ପ୍ଲାଜମା ନେଉଛୁ । ଧର୍ମ ଦେଖି କୋରୋନା ଭାଇରସର ସଂକ୍ରମଣ ପ୍ରଭାବିତ ହୁଏ ନାହିଁ । ଏହି ସମୟରେ ସମସ୍ତଙ୍କୁ ଏକଜୁଟ ରହିବାକୁ ପଡିବ ଏବଂ ଯିଏ ଆଗକୁ ଆସିବ ଆମେ ପ୍ରଶଂସା କରିବା ଉଚିତ। କାରଣ ଏହା କୋରୋନା ଯୁଦ୍ଧ ବୋଲି ରହମାନ କହିଛନ୍ତି।
ସୂଚନାଯୋଗ୍ୟ, ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ କାନ୍ଦାଲଭି ମଧ୍ୟ ସଂସ୍ଥାର ଅନୁଗାମୀମାନଙ୍କୁ ନିବେଦନ କରିଛନ୍ତି ଯେଉଁମାନେ ସଂକ୍ରମଣରୁ ମୁକ୍ତି ପାଇଛନ୍ତି। ମୌଲାନା ସାଦଙ୍କ ଏହି ଆବେଦନ ପରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ଜମାତି ସେମାନଙ୍କ ରକ୍ତ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।