ETV Bharat / bharat

ବ୍ୟାପୁଛି କୋରୋନା: ତେଲେଙ୍ଗାନାରେ 42 ନୂଆ ମାମଲା, 4 ମୃତ - ବ୍ୟାପୁଛି କୋରୋନା

ମଙ୍ଗଳବାର ତେଲେଙ୍ଗାନାରେ ଆଉ ଚାରି ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଦେଢମାସ ମଧ୍ୟରେ ଏହା ରାଜ୍ୟରେ ସର୍ବାଧିକ ଗୋଟିଏ ଦିନର ମୃତ୍ୟୁହାର ବୋଲି ଜଣାଯାଇଛି । ମୃତକ ଚାରିଜଣଙ୍କ ସବିଶେଷ ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିନାହିଁ । ରାଜ୍ୟରେ କୋଭିଡ-19 ମାମଲାରେ ବୃଦ୍ଧି ଘଟିଥିବା ବେଳେ ମଙ୍ଗଳବାର 42 ନୂତନ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 1634ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

Telangana
Telangana
author img

By

Published : May 20, 2020, 1:00 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବଢିବାରେ ଲାଗିଛି । ମଙ୍ଗଳବାର ତେଲେଙ୍ଗାନାରେ ଆଉ ଚାରି ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 38 ରେ ପହଞ୍ଚିଛି ।

ଦେଢମାସ ମଧ୍ୟରେ ଏହା ରାଜ୍ୟରେ ସର୍ବାଧିକ ଗୋଟିଏ ଦିନର ମୃତ୍ୟୁ ହାର ବୋଲି ଜଣାଯାଇଛି । ମୃତକ ଚାରିଜଣଙ୍କ ସବିଶେଷ ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିନାହିଁ। ରାଜ୍ୟରେ କୋଭିଡ-19 ମାମଲାରେ ବୃଦ୍ଧି ଘଟିଥିବା ବେଳେ ମଙ୍ଗଳବାର 42 ନୂତନ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 1634ରେ ପହଞ୍ଚିଛି ।

42 ମାମଲା ମଧ୍ୟରୁ ଗ୍ରେଟର ହାଇଦ୍ରାବାଦ 34ଟି ଓ ଆଠ ଜଣ ପ୍ରବାସୀ ପଜିଟିଭ୍ ରହିଛନ୍ତି । ଏହା ସହିତ ଏପର୍ଯ୍ୟନ୍ତ ଆକ୍ରାନ୍ତ ପ୍ରବାସୀଙ୍କ ସଂଖ୍ୟା 77 କୁ ବୃଦ୍ଧି ପାଇଛି । ମଙ୍ଗଳବାର 9 ଆକ୍ରାନ୍ତ ଆରୋଗ୍ୟ ହେବା ପରେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 1,011ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା 585 ରହିଛି ।

ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଦ୍ବାରା ମିଡିଆ ବୁଲେଟିନ୍ ଅନୁଯାୟୀ, 33ଟି ମଧ୍ୟରୁ 25ଟି ଜିଲ୍ଲାରେ ବିଗତ 14 ଦିନ ମଧ୍ୟରେ କୌଣସି ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ । ତିନୋଟି ଜିଲ୍ଲା ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ରିପୋର୍ଟ ହୋଇନାହିଁ ।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚ୍ଏମ୍ସି)ର ଚାରୋଟି ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସ୍ଥାନରେ କୋରୋନା ମାମଲା ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.