ETV Bharat / bharat

COVID-19: ତେଲେଙ୍ଗାନାରେ 30 ନୂତନ ପଜିଟିଭକୁ ମିଶାଇ ମୋଟ 364 ରିପୋର୍ଟ - କୋରୋନା ଅପଡେଟ

ତେଲେଙ୍ଗାନାରେ କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ 364କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଇଣ୍ଡୋନେସିଆ ନାଗରିକଙ୍କୁ ମିଶାଇ 45 ଜଣଙ୍କୁ ଡିସଚାର୍ଜ କରାଯାଇଛି।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 6, 2020, 11:17 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ 364କୁ ବୃଦ୍ଧି ପାଇଛି । ସୋମବାର ଆହୁରି 30 ଜଣଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ଡାକ୍ତରଖାନାରେ 308ଟି ପଜେଟିଭ ରିପୋର୍ଟ ରହିଛି । ସୋମବାର ସିଏମ ପ୍ରଧାନନମନ୍ତ୍ରୀଙ୍କୁ ଲକଡାଉନ ଆଉ କିଛି ଦିନ ବଢାଇବା ପାଇଁ ଅନୁରୋଧ କରିଛନ୍ତି । ତେଲେଙ୍ଗାନାରେ ଏପର୍ଯ୍ୟନ୍ତ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଇଣ୍ଡୋନେସିଆ ନାଗରିକଙ୍କୁ ମିଶାଇ 45 ଜଣଙ୍କୁ ଡିସଚାର୍ଜ କରାଯାଇଛି।

ଗତ କିଛି ଦିନ ମଧ୍ୟରେ ଅନେକ ତବଲିଗୀ ଜମାତ ବୈଠକ ପ୍ରତ୍ୟାବର୍ତ୍ତନକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ସକରାତ୍ମକ ପରୀକ୍ଷା କରିବା ପରେ କୋରୋନା ମାମଲାରେ ବଢିଛି । କେସିଆର କହିଛି ଯେ ପ୍ରଥମ ପର୍ଯ୍ୟାୟରେ 25,937 ବିଦେଶୀ ରିଟର୍ଣ୍ଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ 30 ଓ ସେମାନଙ୍କର 20 ପରିବାର ସଦସ୍ୟ କୋରୋନା ପଜିଟିଭ ରିପୋର୍ଟ ରହିଥିଲା ।

ଦ୍ବିତୀୟ ପର୍ଯ୍ୟାୟରେ ଦିଲ୍ଲୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 1,089 ଜଣଙ୍କୁ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେମାନଙ୍କ ମଧ୍ୟରୁ 172 ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି, ସେମାନଙ୍କ ମଧ୍ୟରୁ 11 ଜଣଙ୍କର ମୃତ୍ୟୁ ଘଟିଛି । ସେମାନେ 93 ପରିବାର ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ପର୍କକୁ ମଧ୍ୟ ସଂକ୍ରମିତ କରିଥିଲେ । ପଜିଟିଭ୍ ମିଳିଥିବା ଲୋକମାନେ ଗୋଟିଏ ସମ୍ପ୍ରଦାୟର ନୁହଁନ୍ତି ବୋଲି ସେ କହିଛନ୍ତି ।

ଏହି ଧାରା ଆଗକୁ ଜାରି ରହିଲେ ଆସନ୍ତା 2-3 ଦିନ ମଧ୍ୟରେ ସଂଖ୍ୟା ଆହୁରି 100 ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟବିଭାଗ ଅନୁମାନ କରୁଛନ୍ତି । ସେ କହିଛନ୍ତି ଯେ ଗାନ୍ଧୀ ହସ୍ପିଟାଲରେ କିଛି ରୋଗୀ ଭେଣ୍ଟିଲେଟର ଲଗାଇବା ପୂର୍ବରୁ ମଧ୍ୟ ପ୍ରାଣ ହରାଇଛନ୍ତି ।

କେସିଆର କହିଛି ଯେ ରାଜ୍ୟ 16,000 ରୁ 17,000 ଶଯ୍ୟା ଓ ଡାକ୍ତର, ନର୍ସ ଏବଂ ଟେକ୍ନିସିଆନଙ୍କ ଏକ ଟିମ୍ ପ୍ରସ୍ତୁତ କରିଛି। ରାଜ୍ୟରେ ଆଠଟି COVID-19 ଚିହ୍ନିତ ହସ୍ପିଟାଲ ରହିଛି । ଏହାସହ ଗାନ୍ଧୀ ହସ୍ପିଟାଲରେ ସମସ୍ତ କୋରୋନା ପଜିଟିଭଙ୍କୁ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି ।

କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସେବାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସୁଇପର ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହସ ଏବଂ ସେବା ପାଇଁ ସଲାମ କରିଛନ୍ତି ସିଏମ କେସିଆର ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.