ETV Bharat / bharat

ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣା: କ୍ଷତିପୂରଣ ରାଶି ଉପରେ ସୁପ୍ରିମକୋର୍ଟର ରୋକ୍ - supreme court on LG polymer gas leakage

ମେ 7ରେ ହୋଇଥିବା ଗ୍ୟାସ ଲିକେଜ ଘଟଣାରେ ପୀଡିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଉପରେ ସୁପ୍ରିମକୋର୍ଟ 10ଦିନର ରୋକ ଲଗାଇଛନ୍ତି ।

court restrains andhar govt. and NGT
ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣା
author img

By

Published : Jun 16, 2020, 12:18 PM IST

ନୂଆଦିଲ୍ଲୀ: ମେ 7ରେ ହୋଇଥିବା ଗ୍ୟାସ ଲିକେଜ ଘଟଣାରେ ପୀଡିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଉପରେ ସୁପ୍ରିମକୋର୍ଟ 10ଦିନର ରୋକ ଲଗାଇଛନ୍ତି । କ୍ଷତିପୂରଣ ରାଶି ବାବଦକୁ 50କୋଟି ଟଙ୍କା ପ୍ରଦାନ କରିବା ନେଇ ଆନ୍ଧ୍ରପ୍ରଦେଶ ସରକାର ଓ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ଅର୍ଥ ଏଲଜି ପଲିମର କମ୍ପାନୀ ଏନଜିଟିର ନିର୍ଦ୍ଦେଶରେ ଜମା କରିଥିଲା । ଏହି ଦୁର୍ଘଟଣାରେ ଜଣେ ନାବାଳକ ସମେତ 12 ଜଣଙ୍କ ମୃତ୍ୟୁ ହୋଇଥିଲା ।

ବିଚାରପତି ୟୁ ୟୁ ଲଳିତ, ଏମ ଏମ ଶାନ୍ତାନାଗୋଦାର ଓ ଭିନେତ୍ ସରାନଙ୍କ ଖଣ୍ଡପୀଠ ଦକ୍ଷିଣ କୋରିଆ କମ୍ପାନୀର ଅନୁରୋଧ ଭିଡିଓ କନଫରେନ୍ସରେ ଶୁଣିଥିଲେ । କମ୍ପାନୀ କହିଥିଲା କି କାରଖାନା ଖୋଲିବା ଓ ଗ୍ୟାସ ଲିକ୍ ଯାଞ୍ଚ ପାଇଁ ପ୍ରସ୍ତୁତି ଆବେଦନ ଉପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଶୁଣାଣି ବିଚାରାଧୀନ ରହିଛି।

ଖଣ୍ଡପୀଠ କହିଛନ୍ତି, ‘ଏନଜିଟିର ପ୍ରାରମ୍ଭିକ ଆଦେଶକୁ ଚ୍ୟାଲେଞ୍ଜ କରାଯିବା ଦୃଷ୍ଟିରୁ ଆମେ ଆସନ୍ତା 10 ଦିନ ପାଇଁ ଏନଜିଟି ଦ୍ବାରା 50 କୋଟି ଟଙ୍କା କ୍ଷତିପୂରଣ ଉପରେ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରୁଛୁ ’।

କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗିଙ୍କ ଯୁକ୍ତି ଶୁଣାଣି କରି ଏନଜିଟି ଓ ସରକାରୀ କର୍ତ୍ତୃପକ୍ଷଙ୍କୁ କିଛି ସମୟ ପାଇଁ କ୍ଷତିପୂରଣ ରାଶି ନ ବାଣ୍ଟିବାକୁ ଓ ଆସନ୍ତା ସପ୍ତାହରେ କମ୍ପାନୀର ଆବେଦନ ଉପରେ ହାଇକୋର୍ଟରେ ପ୍ରଧାନ ବିଚାରପତିଙ୍କ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି ଖଣ୍ଡପୀଠ ।

ଶୁଣାଣି ସମୟରେ ରୋହତଗି କମ୍ପାନୀ ସିଲ୍ କରାଯିବା ଓ କୋର୍ଟ ଦ୍ବାରା ନିର୍ଦ୍ଦେଶକଙ୍କ ପାସପୋର୍ଟ ଜମା କରିବା ନିର୍ଦ୍ଦେଶ ବିରୋଧରେ ଦଲିଲ୍ ଉପସ୍ଥାପନା କରାଯାଇଥିଲା । ପ୍ରକାଶଥାଉକି, ମେ 8ରେ ଏନଜିଟି କମ୍ପାନୀ ଉପରେ 50କୋଟିର ଜରିମାନା ଲଗାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.