ETV Bharat / bharat

ଲକଡାଉନ ପ୍ରଭାବ: ଭିଡିଓ କଲ୍‌ ରେ ଛାଡପତ୍ର ଦେଲେ ଦମ୍ପତି - couple from jalgaon took divorce on video call with the help of court

ମହାମାରୀ କୋରୋନା ଯୋଗୁଁ ଅଦାଲତର କାର୍ଯ୍ୟକାରିତା ପ୍ରଭାବିତ ହୋଇଛି । ଫଳରେ ଲକଡାଉନରେ ମଲେସିଆରେ ପତ୍ନୀ ଓ ମୁମ୍ବାଇ ଜଲଗାଓଁରେ ସ୍ୱାମୀ ଥିବାବେଳେ ଭିଡିଓ କଲିଂ ମାଧ୍ୟମରେ ଦୁହିଁଙ୍କର ଛାଡପତ୍ର ହୋଇଛି ।

ଲକଡାଉନ ପ୍ରଭାବ: ଭିଡିଓ କଲ୍‌ ରେ ଛାଡପତ୍ର ଦେଲେ ଦମ୍ପତି

author img

By

Published : Aug 13, 2020, 7:54 PM IST

ମୁମ୍ବାଇ: ମହାମାରୀ କୋରୋନା ଯୋଗୁଁ ଅଦାଲତର କାର୍ଯ୍ୟକାରିତା ପ୍ରଭାବିତ ହୋଇଛି । ଫଳରେ ଲକଡାଉନରେ ମାଲେସିଆରେ ଥିବା ପତ୍ନୀ ଓ ମୁମ୍ବାଇ ଜଲଗାଓଁରେ ସ୍ୱାମୀ ଥିବାବେଳେ ଭିଡିଓ କଲିଂ ମାଧ୍ୟମରେ ଦୁହିଁଙ୍କ ଛାଡପତ୍ର ହୋଇଛି ।

ଲକଡାଉନ ପ୍ରଭାବ: ଭିଡିଓ କଲ୍‌ ରେ ଛାଡପତ୍ର ଦେଲେ ଦମ୍ପତି

2018 ମସିହାରେ ପୁଣେର ଝିଅ ଓ ଜାଲଗାଓଁର ପୁଅ ବିବାହ କରିଥିଲେ । ବିବାହର ଦୁଇ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇଥିଲା । ପରେ ଦୁହେଁ ପରସ୍ପର ସହମତ ହୋଇ ଶେଷରେ ଅଲଗା ହେବାକୁ ସ୍ଥିର କରିଥିଲେ । ଜୁନ୍ 2019 ରେ ଫ୍ୟାମିଲି କୋର୍ଟରେ ଶୁଣାଣି ପାଇଁ ରଖାଯାଇଥିଲା। ଏହାପରେ ମହିଳା ଜଣଙ୍କ କୌଣସି କାମରେ ମାଲେସିଆ ଚାଲିଯାଇଥିଲେ । ପ୍ରଥମେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ତାଙ୍କୁ ଛାଡପତ୍ର ନକରିବାକୁ ଓକିଲ ମଧ୍ୟ କୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଛାଡପତ୍ର ପାଇବାକୁ ଦୁହେଁ ଜିଦ୍ ଧରିଥିଲେ । ଜଷ୍ଟିସ ରିତିଶ ଲିମକରଙ୍କ କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ଆସିଥିଲା ।

ଏହି ସମୟରେ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ହହେବା ପରେ ମହିଳା ଜଣଙ୍କ ମାଲେସିଆରେ ଥିବାବେଳେ କୋର୍ଟରେ ହାଜର ହୋଇପାରିନଥିଲେ । ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଉଭୟ ପକ୍ଷଙ୍କ ସହମତି କ୍ରମେ ଭିଡିଓ କଲିଂ ଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଦୁଇଟି ଶୁଣାଣି ପରେ ଉଭୟଙ୍କ ଉତ୍ତର ରେକର୍ଡ କରାଯାଇଥିଲା । ଶୁଣାଣି ଶେଷ ହେବା ପରେ ବୁଧବାର କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଛି । ପାରସ୍ପରିକ ସମ୍ମତି ଅନୁଯାୟୀ ଦୁହେଁ ଛାଡପତ୍ର ହୋଇଥିବା ଗୁରୁବାର ଦିନ କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.