ETV Bharat / bharat

ଦେଶରେ କୋଭିଡ ସୁସ୍ଥହାର 96.16 ପ୍ରତିଶତକୁ ବୃଦ୍ଧି

author img

By

Published : Jan 3, 2021, 2:20 PM IST

କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା 99 ଲକ୍ଷ 27 ହଜାର 310 ଜଣ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାର 96.16 ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦେଶରେ କୋଭିଡ ସୁସ୍ଥହାର 96.16 ପ୍ରତିଶତକୁ ବୃଦ୍ଧି
ଦେଶରେ କୋଭିଡ ସୁସ୍ଥହାର 96.16 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: କ୍ରମାଗତ ଭାବେ ନୂତନ ରେକର୍ଡ ସୃଷ୍ଟି କରୁଛି ଦେଶରେ କୋରୋନା ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା 99 ଲକ୍ଷ 27 ହଜାର 310 ଲୋକ ସୁସ୍ଥ ସହିତ ଭାରତ ସର୍ବାଧିକ ସୁସ୍ଥହାରରେ ସର୍ବଭାରତୀୟ ସ୍ତରରେ ସ୍ଥାନ ଅଧିକାର କରିଚାଲିଛି । ଗତ 24 ଘଣ୍ଟା ମଧ୍ୟରେ 20 ହଜାର 963 କୋଭିଡ ରୋଗୀ ସୁସ୍ଥ ହୋଇ ସୁସ୍ଥ ହାର 96.16 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଉଥିବା ଦେଥିବାକୁ ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ବର୍ଷ ମେ’ ମାସରେ ଆରୋଗ୍ୟଙ୍କ ସଂଖ୍ୟା ୫୦ ହଜାର ଥିବାବେଳେ ଚଳିତ ମାସରେ ଏହା 99ଲକ୍ଷ ଅତିକ୍ରମ କରିଛି । ଦେଶରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ସଂକ୍ରମଣର 2.39% ରହିଛି । ବର୍ତ୍ତମାନ ପ୍ରାୟ 2 ଲକ୍ଷ 62 ହଜାର ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ 8 ହଜାର 177 ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ ସଂକ୍ରମଣ ମାମଲା ୧ କୋଟି 3 ଲକ୍ଷ ଅତିକ୍ରମ କରିଥିବା ଜଣାଯାଇଛି ।

ଅନ୍ୟପଟେ ଭାରତର ମୃତ୍ୟୁହାର ହାର 1.45 ପ୍ରତିଶତରେ ରହିଛି, ଯାହା ବିଶ୍ବବ୍ୟାପୀ ସର୍ବନିମ୍ନ । ଗତ 24 ଘଣ୍ଟା ମଧ୍ୟରେ ଆଉ 217 ଜଣଙ୍କ ମୃତ୍ୟୁ ହୋଇ ଦେଶରେ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ 49 ହଜାର 435ରେ ପହଞ୍ଚିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷ 58 ହଜାରରୁ ଅଧିକ ପରୀକ୍ଷା କରାଯାଇ ଏପର୍ଯ୍ୟନ୍ତ ପରୀକ୍ଷିତ ମୋଟ ନମୁନା ସଂଖ୍ୟା 17 କୋଟି 48 ଲକ୍ଷକୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.