ETV Bharat / bharat

ଜୀବନ ଶକ୍ତି ସ୍କିମ: ସୂତାରୁ ମାସ୍କ ପ୍ରସ୍ତୁତ କରିବେ ମହିଳା - ମଧ୍ୟପ୍ରଦେଶ ସରକାର

ମାସ୍କକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଛି । ଏପରିସ୍ଥଳେ ଜୀବନ ଶକ୍ତି ଯୋଜନା ଅଧୀନରେ ମଧ୍ୟପ୍ରଦେଶ ସରକାର ମାସ୍କ ତିଆରି ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ପ୍ରାୟ 4200 ମହିଳା ମାସ୍କ ତିଆରି ପାଇଁ ପଞ୍ଜୀକୃତ କରିଛନ୍ତି । ଏହି ମାସ୍କ ସମ୍ପୂର୍ଣ୍ଣ ସୂତାରେ ତିଆରି ହେବ | ସରକାର ମହିଳାଙ୍କଠାରୁ ମାସ୍କ କିଣିବେ ଏବଂ ପ୍ରତି ଖଣ୍ଡ ପିଛା 11 ଟଙ୍କାରେ ବିକ୍ରି କରିବେ | ଅଧିକ ପଢନ୍ତୁ...

ଜୀବନ ଶକ୍ତି ସ୍କିମ
ଜୀବନ ଶକ୍ତି ସ୍କିମ
author img

By

Published : Apr 27, 2020, 6:53 PM IST

ଭୋପାଳ: କୋରୋନା ଯୁଦ୍ଧରେ ମାସ୍କକୁ ଏକ ପ୍ରମୁଖ ଅସ୍ତ୍ର ଭାବରେ ବିବେଚନା କରାଯାଏ । ଏଥିପାଇଁ ମାସ୍କକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଛି । ଏପରିସ୍ଥଳେ ଜୀବନ ଶକ୍ତି ଯୋଜନା ଅଧୀନରେ ମଧ୍ୟପ୍ରଦେଶ ସରକାର ମାସ୍କ ତିଆରି ଆରମ୍ଭ କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ ପ୍ରାୟ 4200 ମହିଳା ମାସ୍କ ତିଆରି ପାଇଁ ପଞ୍ଜୀକୃତ କରିଛନ୍ତି । ଏହି ମାସ୍କ ସମ୍ପୂର୍ଣ୍ଣ ସୂତାରେ ତିଆରି ହେବ | ସରକାର ମହିଳାଙ୍କଠାରୁ ମାସ୍କ କିଣିବେ ଏବଂ ପ୍ରତି ଖଣ୍ଡ ପିଛା 11 ଟଙ୍କାରେ ବିକ୍ରି କରିବେ |

ଏହି ଯୋଜନା ଅନୁଯାୟୀ ସହରାଞ୍ଚଳରେ ରହୁଥିବା ମହିଳାମାନେ ମାସ୍କ ତିଆରି ପାଇଁ ନିୟୋଜିତ ହେବେ । ସେମାନଙ୍କୁ ସରକାରଙ୍କ କେନ୍ଦ୍ରୀୟ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ।

ମହିଳାମାନଙ୍କୁ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସେମାନଙ୍କ ଠିକଣା, ଫୋନ୍ ନମ୍ବର, ବ୍ୟାଙ୍କ ଏବଂ ଆଧାର କାର୍ଡର ବିବରଣୀ ଦେବାକୁ ପଡିବ। ପଞ୍ଜୀକୃତ ମୋବାଇଲ୍ ନମ୍ବରରେ SMS ମାଧ୍ୟମରେ ଏହି ଅର୍ଡର ଗ୍ରହଣ କରାଯିବ |

ଏହି ଯୋଜନା ଲଞ୍ଚ ହେବାର ଏକ ଘଣ୍ଟା ମଧ୍ୟରେ 325 ରୁ ଅଧିକ ମହିଳା ପୋର୍ଟାଲରେ ପଞ୍ଜୀକୃତ କରିଛନ୍ତି । କୌଣସି ପ୍ରଶ୍ନ ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର - 0755 2700800 ମଧ୍ୟ ଜାରି କରିଛନ୍ତି |

ଶସ୍ତାରେ ମାସ୍କ ଉପଲବ୍ଧ କରାଇବା ତଥା ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.