ETV Bharat / bharat

କିଲର କୋରୋନା ଭାଇରସ: ଦେଶରେ 14 ରାଜ୍ୟରେ 112 ଆକ୍ରାନ୍ତ - statewise covid 19 suspects confirmed cases

ଏଯାଁଏ ଭାରତରେ କୋରୋନାଜନିତ ମୃତ୍ୟୁସଂଖ୍ୟା 3 ରେ ପହଞ୍ଚି ସାରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି ।

suspects confirmed cases
କୋରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି
author img

By

Published : Mar 16, 2020, 12:15 PM IST

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ବ ସମେତ ଭାରତରେ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସୋମବାର ଯାଁଏ କୋରୋନା ଆକ୍ରାନ୍ତଙ୍କ ସଂକ୍ୟା 112 ମାମଲା ସାମ୍ନାକୁ ଆସିଥିବାବେଳେ ଏମାନଙ୍କ ମଧ୍ୟରୁ 17 ଜଣ ବିଦେଶୀ ରହିଥିବାବେଳେ 93 ଭାରତୀୟ ରହିଛନ୍ତି । ଏଯାଁଏ ଭାରତରେ କୋରୋନାଜନିତ ମୃତ୍ୟୁସଂଖ୍ୟା 3 ରେ ପହଞ୍ଚି ସାରିଛି ।

ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି । ଏହାସହ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ମଧ୍ୟ ସରକାର ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରାଇ ଆଣିଛନ୍ତି । ତେବେ ବର୍ତ୍ତମାନ ଭାରତର 14 ଟି ରାଜ୍ୟରେ 111 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରର ରହିଛନ୍ତି । ଏହାର ଦ୍ବିତୀୟ ସ୍ଥାନରେ ରହିଛି କେରଳ । ତେବେ କୋରୋନାରେ ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ ସୁସ୍ଥ ହୋଇଥିବାବେଳେ 3 ଜଣଙ୍କର ମୃତ୍ୟୁ ହୋଇସାରିଛି ।

କୋରୋନା ସହ ଜଡିତ କୌଣସି ତଥ୍ୟ ବାବଦରେ ଜାଣିବାକୁ ଚାହୁଁଥିଲେ କିମ୍ବା ସୂଚନା ଦେବାକୁ ଚାହୁଥିଲେ, ହେଲ୍ପ ଲାଇନ ନମ୍ବର +91-11-23978046 କୁ କଲ କରିପାରିବେ । ଏହା ବ୍ୟତୀତ ସବୁ ରାଜ୍ୟ ମଧ୍ୟ ନିଜ ନିଜ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ଓଡିଶା ପାଇଁ 9439994859 ନମ୍ବର ଜାରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.