ETV Bharat / bharat

ମାଙ୍କଡ଼ ଉପରେ ସଫଳ ମୋଡେର୍ଣ୍ଣା କୋରୋନା ଟିକା - ଆମେରିକାର ବାୟୋଟେକ୍ ଫାର୍ମ

ଆମେରିକାର ବାୟୋଟେକ୍ ଫାର୍ମ ମୋଡେର୍ଣ୍ଣା ଦ୍ବାରା ବିକଶିତ କୋରୋନା ଟିକା ମାଙ୍କଡ଼ ଉପରେ ଭଲ ଫଳାଫଳ ଦେଖାଇଛି । ଏକ ନୂତନ ଅଧ୍ୟୟନ ୱାଇ ଜର୍ନାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛି ଯେ, ମୋଡେର୍ଣ୍ଣାଙ୍କ କୋରୋନା ଟିକା ଏକ ମଜଭୂତ ପ୍ରତିକ୍ରିୟା ସୃଷ୍ଟି କରିଛି ​​ଏବଂ ମାଙ୍କଡର ନାକ ଏବଂ ଫୁସଫୁସରେ କୋରୋନା ଭାଇରସ ପ୍ରଭାବ ପକାଇବାରେ ରୋକିଛି ।

corona
ମାଙ୍କଡ଼ ଉପରେ ଭଲ ଫଳାଫଳ ଦେଖାଇଲା ମୋଡେର୍ନା ଦ୍ବାରା ବିକଶିତ କୋରୋନା ଟିକା
author img

By

Published : Jul 29, 2020, 10:45 AM IST

ନୂଆଦିଲ୍ଲୀ: ଆମେରିକାର ବାୟୋଟେକ୍ ଫାର୍ମ ମୋଡେର୍ଣ୍ଣା ଦ୍ବାରା ବିକଶିତ କୋରୋନା ଟିକା ମାଙ୍କଡ଼ ଉପରେ ଭଲ ଫଳାଫଳ ଦେଖାଇଛି । ଏକ ନୂତନ ଅଧ୍ୟୟନ ୱାଇ ଜର୍ନାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛି ଯେ, ମୋଡେର୍ଣ୍ଣାଙ୍କ କୋରୋନା ଟିକା ଏକ ମଜଭୂତ ପ୍ରତିକ୍ରିୟା ସୃଷ୍ଟି କରିଛି ​​ଏବଂ ମାଙ୍କଡର ନାକ ଏବଂ ଫୁସଫୁସରେ କୋରୋନା ଭାଇରସ ପ୍ରଭାବ ପକାଇବାରେ ରୋକିଛି ।

ନାକରେ ଭାଇରସ ସଂକ୍ରମଣକୁ ରୋକିବାରେ ଏହି ଟିକାର କ୍ଷମତାକୁ ଏକ ବଡ ସଫଳତା ଭାବରେ ଦେଖାଯାଏ । କାରଣ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ମିଳିତ ସହଯୋଗରେ ଉତ୍ପାଦିତ ହେଉଥିବା କୋରୋନା ଟିକା କୋଭିଶିଲ୍ଡକୁ ଯେତେବେଳେ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା ସେତେବେଳେ ଏହା ଭଲ ଫଳାଫଳ ଦେଖାଇନଥିଲା । ଏହା ପୂର୍ବରୁ ମାଙ୍କଡଙ୍କ ଫୁସଫୁସରେ ଭାଇରସ ପ୍ରବେଶକୁ ରୋକିବାରେ କୋଭିଶିଲ୍ଡ ସଫଳ ହୋଇଥିଲା ।

ଏହି ଟିକା ପାଇଁ ସବୁଠୁ ବଡ ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ଟିକାର ପରୀକ୍ଷଣ ଦ୍ରୁତ ଗତିରେ କରାଯାଉଛି । କାରଣ କୋରୋନା ଦୃଷ୍ଟିରୁ ବିଶ୍ବରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଟିକା ଦ୍ବାରା ଆମେରିକାରେ କୋରୋନା ଭାଇରସ ପରିସ୍ଥିତି ନିୟନ୍ତ୍ରଣ ହେବା ନେଇ ଆଶା କରାଯାଉଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ଆମେରିକାରେ 4 କୋଟି 3 ଲକ୍ଷ 51 ହଜାର 997 ଆକ୍ରାନ୍ତ ରହିଛନ୍ତି । ଏହି ମାରାତ୍ମକ ଭାଇରସରେ ଆମେରିକାର ଏବେସୁଦ୍ଧା 1 ଲକ୍ଷ 49 ହଜାର 256 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.