ETV Bharat / bharat

କୋରୋନା ଭୟ: ଉତ୍ତରାଖଣ୍ଡରେ ସ୍କୁଲ ବନ୍ଦ କରିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

author img

By

Published : Mar 8, 2020, 1:35 PM IST

ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ।

uttarakhand news
ଉତ୍ତରାଖଣ୍ଡରେ ସ୍କୁଲ ବନ୍ଦ କରିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଡେରାଡୁନ୍: ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ଏହି ମାରାତ୍ମକ ଭାଇରସ ପାଇଁ ଚୀନରେ ଏପର୍ଯ୍ୟନ୍ତ 3 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିସାରିଥିବାବେଳେ ସମଗ୍ର ବିଶ୍ବରେ 1 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହୋଲି ପରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଏହାଛଡା ବିଭିନ୍ନ ଅଫିସ ଗୁଡିକରେ ବାୟୋମେଟ୍ରିକକୁ ତୁରନ୍ତ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଭାରତରେ 39ଟି ମାରାତ୍ମକ କୋରୋନା ଭାଇରସ୍ ମାମଲା ନିଶ୍ଚିତ ହୋଇଛି।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.