ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋରାନା ଭାଇରସ୍ ପାଇଁ ଏବେ ବଜାରକୁ ଆସିଲା ଔଷଧ। ଏହି ମେଡିସିନକୁ ଥାଇଲାଣ୍ଡର ଡାକ୍ତର ପ୍ରସ୍ତୁତ କରିଛନ୍ତି। କେତେକ ମେଡିସିନର ସମିଶ୍ରଣରେ ଏହି ମେଡିସିନ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ଥାଇଲାଣ୍ଡ ସରକାରଙ୍କ କହିବା ମୁତାବକ ଏଚଆଇଭି ଔଷଧରୁ ତିଆରି ଏହି ମେଡିସିନ ବ୍ୟବହାର କରିବାର 48 ଘଣ୍ଟା ମଧ୍ୟରେ କୋରୋନା ରୋଗୀ ସୁସ୍ଥ ହୋଇଯାଉଥିବା ଦାବି କରିଛନ୍ତି।
ଏହି ନୂଆ ମେଡିସିନକୁ ଜଣେ 71 ବର୍ଷୀୟ ଜଣେ ମହିଳାଙ୍କୁ ଦିଆଯାଇଥିଲା। ମେଡିସିନ ଦେବାର 12 ଘଣ୍ଟା ମଧ୍ୟରେ ହିଁ ରୋଗୀ ଜଣକ ସୁସ୍ଥ ହେବା ସହ ବେଡରେ ଉଠି ବସିଥିଲେ। ହେଲେ ଏହା ପୂର୍ବରୁ ସେ ଚଲାବୁଲା କରି ପାରୁନଥିଲେ। 48 ଘଣ୍ଟା ମଧ୍ୟରେ ମହିଳା ଜଣକ 90 ପ୍ରତିଶତ ସୁସ୍ଥ ହୋଇଯାଇଛନ୍ତି। ଆଉ ମାତ୍ର କିଛିଦିନ ମଧ୍ୟରେ ତାଙ୍କୁ ଘରକୁ ପଠାଯିବ ବୋଲି ଥାଇଲାଣ୍ଡର ଜଣେ ଡାକ୍ତର କହିଛନ୍ତି।
![_coronavirus](https://etvbharatimages.akamaized.net/etvbharat/prod-images/5941616_3x2p.jpg)
ଏହି ମେଡିସିନକୁ ଆଣ୍ଟି ଫ୍ଲ୍ୟୁ ଡ୍ରଗ ଓସେଲଟାମିଭିର, ଲୋପିନାଭିର ଓ ରିଟୋନାଭିରରୁ ପ୍ରସ୍ତୁତ ହୋଇଛି ଯାହାକୁ ଏଚଆଇଭି ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହୁଏ। ଏହି ମେଡିସନ ଅତ୍ୟନ୍ତ କାର୍ଯ୍ୟକାରୀ ହେବା ସହ ଲ୍ୟାବରେ ଏହାକୁ ନେଇ ଏବେ ବି ଟେଷ୍ଟ ଜାରି ରହିଛି।
ବର୍ତ୍ତମାନ ସୁଦ୍ଧା ଥାଇଲାଣ୍ଡରେ 19 ଜଣ କୋରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ 8 ଜଣ ରୋଗୀ 14 ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଗଲେଣି ଓ 11 ଜଣ ଏବେ ଚିକିତ୍ସିତ ହେଉଛନ୍ତି। ଏହି ନୂଆ ମେଡିସିନ ଦ୍ବାରା ରୋଗୀଙ୍କ ଚିକିତ୍ସା ଖୁବଶୀଘ୍ର କରାଯାଇ ପାରିବ ବୋଲି ଥାଇଲାଣ୍ଡର ଡାକ୍ତର ଆଶାବ୍ୟକ୍ତ କରିଛନ୍ତି।