ETV Bharat / bharat

କୋରୋନା ଲଢେଇ: ଶୁକ୍ରବାର 90 ଟ୍ରେନ ବାତିଲ କଲା ଭାରତୀୟ ରେଳ, ମୋଟ 245

author img

By

Published : Mar 20, 2020, 10:02 PM IST

କୋରୋନାର ବିସ୍ତାରକୁ ଦେଖି ଶୁକ୍ରବାର ଭାରତୀୟ ରେଳ ବିଭାଗ ପକ୍ଷରୁ 90ଟି ଟ୍ରେନକୁ ବାତିଲ କରାଯାଇଛି । ମାର୍ଚ୍ଚ 20ରୁ ମାର୍ଚ୍ଚ 31 ଯାଏଁ ରେଳ ଚଳାଚଳ ଉପରେ ରୋକ ଲଗାଯାଇଛି । ଏବେ ଏହାକୁ ମିଶାଇ ବାତିଲ ହୋଇଥିବା ସମୁଦାୟ ଟ୍ରେନ ସଂଖ୍ୟା 245କୁ ବୃଦ୍ଧି ପାଇଛି | ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନାର ବିସ୍ତାରକୁ ଦେଖି ଶୁକ୍ରବାର ଭାରତୀୟ ରେଳ ବିଭାଗ ପକ୍ଷରୁ 90ଟି ଟ୍ରେନକୁ ବାତିଲ କରାଯାଇଛି । ମାର୍ଚ୍ଚ 20ରୁ ମାର୍ଚ୍ଚ 31 ଯାଏଁ ରେଳ ଚଳାଚଳ ଉପରେ ରୋକ ଲଗାଯାଇଛି । ଏବେ ଏହାକୁ ମିଶାଇ ବାତିଲ ହୋଇଥିବା ସମୁଦାୟ ଟ୍ରେନ ସଂଖ୍ୟା 245କୁ ବୃଦ୍ଧି ପାଇଛି |

ଗୁରୁବାର ରେଲୱେ 84 ଟି ଟ୍ରେନକୁ ବାତିଲ କରି କହିଥିଲା । ଏହାସହ ରେଲୱେ COVID-19 କାରଣରୁ 155 ଟ୍ରେନ ବାତିଲ ହୋଇଥିବା ଗୁରୁବାର ରିପୋର୍ଟ କରିଥିଲା ।

ଏହି ଟ୍ରେନରେ ଟିକେଟ୍ ଥିବା ସମସ୍ତ ଯାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଏହା ବିଷୟରେ ଅବଗତ କରାଯାଇଛି ଯେ, ଟିକେଟ ବାତିଲ ପାଇଁ କୌଣସି ବାତିଲ ଶୁଳ୍କ ନିଆଯିବ ନାହିଁ । ଯାତ୍ରୀମାନେ 100 ପ୍ରତିଶତ ଫେରସ୍ତ ପାଇବେ ।

ଏଠାରେ ସୂଚନା ଯୋଗ୍ୟ, ସମସ୍ତ ସତର୍କତା ପରେ ବି ଗତ ୨୪ ଘଣ୍ଟାରେ ଭାରତରେ ୫୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଏବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨୩ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ୩୬ଜଣ ବିଦେଶୀ ରହିଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରେ ଦେଶରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.