ETV Bharat / bharat

ଲକ ଡାଉନ: ବାରଣାସୀ ସୀମାରେ କଟକଣା - coronavirus

କୋରୋନା ଲକ ଡାଉନରେ ବାରଣାସୀ ସୀମାରେ କଟକଣା । ଅଧିକ ପଢନ୍ତୁ...

restriction imposed on all movement along varanasi border
ବାରାଣସୀ ସୀମାରେ କଟକଣା
author img

By

Published : Mar 24, 2020, 2:20 PM IST

ଲକ୍ଷ୍ନୌ: କୋରୋନା ମୁକାବିଲା ପାଇଁ ସାରା ଦେଶ ହୋଇଛି ଲକ ଡାଉନ । ରାସ୍ତାରେ ପୋଲିସ ବ୍ୟାରିକେଡ କରି ଅହରହ କରୁଛି ଚେକିଂ । ଧର୍ମର ରାଜଧାନୀ ବୋଲାଉଥିବା ବାରାଣାସୀର ରାସ୍ତା ଘାଟ ଏବେ ଖାଁ ଖାଁ ।

ସରକାରୀ ଘୋଷଣାକୁ ପାଳନ କରୁଛନ୍ତି ବାରଣାସୀବାସୀ । ମାର୍ଚ୍ଚ 23 ତାରିଖରୁ ଏଠାରେ ଧାରା 144 ମଧ୍ୟ ଲାଗୁ ହୋଇଛି । ଗୋଟିଏ ସ୍ଥାନରେ 5 ଜଣରୁ ଅଧିକ ଏକାଠି ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । ରାସ୍ତାରେ, ମୋଟର ସାଇକେଲ, କାର ଏବଂ ସାଇକେଲ ଚଳାଚଳ ଉପରେ ଲଗାଯାଇଛି ରୋକ । ଜିଲ୍ଲାପାଳ ଏନେଇ ସବୁ ଲୋକଙ୍କୁ ଜାରି ହୋଇଥିବା ନିୟମର ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ବାରାଣାସୀ ସୀମାରେ ଲଗାଯାଇଛି କଟକଣା । ଆସନ୍ତାକାଲି ପର୍ଯ୍ୟନ୍ତ କାଶୀ ବିଶ୍ବନାଥ ମନ୍ଦିର ମଧ୍ୟ ବନ୍ଦ ରହିଛି । କେବଳ ଜରୁରୀ ଥିବା ଦୋକାନ ଖୋଲା ରହିଛି । ଏହାଛଡା ବିନା କାରଣରେ କେହି ରାସ୍ତାରେ ବୁଲି ପାରିବେ ନାହିଁ ବୋଲି କଟକଣା ହୋଇଛି । ବର୍ତ୍ତମାନ ଉତ୍ତରପ୍ରଦେଶରେ 27 ଜଣ କୋରୋନା ପଜିଟିଭ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.