ETV Bharat / bharat

ଆଜିଠୁ ଦିଲ୍ଲୀରେ ଖୋଲିଲା ପାର୍କ ଓ ଗାର୍ଡେନ

author img

By

Published : May 21, 2020, 11:15 AM IST

ଆଜିଠାରୁ ଦିଲ୍ଲୀର ସମସ୍ତ ପାର୍କ ଏବଂ ଗାର୍ଡେନ ଖୋଲାଯାଇଛି। ଏଥିରେ ନେହେରୁ ପାର୍କ, ଲୋଧି ଗାର୍ଡେନ, ତାଲକୋଟୋରା ଗାର୍ଡେନ ମଧ୍ୟ ସାମିଲ ଅଛି । ଲୋକମାନଙ୍କ ବୁଲିବା ଏବଂ ଚାଲିବା ପାଇଁ ସକାଳ 7ଟାରୁ 10 ଏବଂ ଅପରାହ୍ନ 3.30ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ସମସ୍ତ ପାର୍କ ଏବଂ ଗାର୍ଡେନ ଖୋଲାଯାଇଛି ।

_corona
ଆଜିଠୁ ଦିଲ୍ଲୀବାସୀଙ୍କ ପାଇଁ ଖୋଲିଲା ପାର୍କ ଓ ଗାର୍ଡେନ

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀର ସମସ୍ତ ପାର୍କ ଏବଂ ଗାର୍ଡେନ ଖୋଲାଯାଇଛି। ଏଥିରେ ନେହେରୁ ପାର୍କ, ଲୋଧି ଗାର୍ଡେନ, ତାଲକୋଟୋରା ଗାର୍ଡେନ ମଧ୍ୟ ସାମିଲ ଅଛି । ଲୋକମାନଙ୍କ ବୁଲିବା ଏବଂ ଚାଲିବା ପାଇଁ ସକାଳ 7ଟାରୁ 10 ଏବଂ ଅପରାହ୍ନ 3.30ରୁ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ସମସ୍ତ ପାର୍କ ଏବଂ ଗାର୍ଡେନ ଖୋଲାଯାଇଛି ।

ତେବେ ଏହି ଗାର୍ଡେନ ଏବଂ ପାର୍କରେ ଖୋଲା ଜିମ୍ ଏବଂ ଯୋଗ କରିବାକୁ ଅନୁମତି ଦିଆଯାଇନାହିଁ । ଏଥିସହ ଲୋକଙ୍କୁ ସାମାଜିକ ଦୂରତା ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି । ଏହାଛଡା ପାର୍କ କିମ୍ବା ଗାର୍ଡେନକୁ ଆସୁଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଅଟେ । ଲକଡାଉନ 4.0 ରେ ଦିଲ୍ଲୀବାସୀଙ୍କୁ ମିଳିଥିବା ସାମାନ୍ୟ ଛାଡରେ ଏହା ଏକ ଅଂଶ ଅଟେ ।

ସେହିପରି ଦିଲ୍ଲୀର ରାଜରାସ୍ତାରେ ବର୍ତ୍ତମାନ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଧୀରେଧୀରେ ସମସ୍ତ ଦୋକାନ ଖୋଲିବାକୁ ଲାଗୁଛି । ଅଫିସ ଏବଂ କାରଖାନା ଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଦିଲ୍ଲୀ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାଧିକ 534 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11088ରେ ପହଞ୍ଚିଥିବାବେଳେ 176 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.