ETV Bharat / bharat

ଦିଲ୍ଲୀରେ 1500 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 30 ମୃତ

author img

By

Published : Apr 15, 2020, 11:12 AM IST

ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 51ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଏହାକୁ ମିଶାଇ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1561କୁ ବୃଦ୍ଧି ପାଇଛି।

corona upadate
ଦିଲ୍ଲୀରେ 1500ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦିଲ୍ଲୀ: ସମଗ୍ର ଦେଶରେ କୋକୁଆ ଭୟ ଖେଳାଇଛି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏପଟେ ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 51 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଏହାକୁ ମିଶାଇ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1561କୁ ବୃଦ୍ଧି ପାଇଛି।

ଏଥିସହ ଦିଲ୍ଲୀରେ କୋରୋନା କାରଣରୁ 30 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ମଙ୍ଗଳବାର ଦୁଇଜଣ ଆରଏମଏଲ ଡାକ୍ତର କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଗତ 2 ମାସ ମଧ୍ୟରେ ବିଦେଶରୁ ଅନେକ ଲୋକ ଦିଲ୍ଲୀ ଆସିଛନ୍ତି । ଏହାଛଡା ମରକଜ ସମାରୋହ ଘଟଣା ଦିଲ୍ଲୀ ପାଇଁ ବୋଝ ଉପରେ ନଳିତା ବିଡା ସ୍ବରୁପ ପାଲଟିଲା । ଫଳରେ ଏହି କାରଣରୁ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲା । ତେବେ ଆମେ ଏଭଳି ପରିସ୍ଥିତିକୁ ସମ୍ଭାଳି ନେବୁ ବୋଲି କେଜ୍ରିୱାଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.