ETV Bharat / bharat

ସମସ୍ୟା ନେଇ ଫୋନ ଯୋଗେ କରିପାରିବେ ଯୋଗାଯୋଗ: ଜ୍ୟୋତିରାଦିତ୍ବ - କୋରୋନା ଭାଇରସ

ବର୍ତ୍ତମାନ ଆପଣଙ୍କ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ । ଲକଡାଉନ ପାଇଁ ଆପଣଙ୍କ ପାଖରୁ ଦୂରରେ ଅଛି । ସବୁବେଳେ ଫୋନରେ ଉପଲବ୍ଧ ଅଛି । ସମର୍ଥକଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରି କଲେ ସିନ୍ଧିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

coronavirus jyotiraditya scindia
coronavirus jyotiraditya scindia
author img

By

Published : Mar 27, 2020, 10:55 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି 21 ଦିନର ଲକଡାଉନ ପାଇଁ କୌଣସି ବ୍ୟକ୍ତିଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଜନତାଙ୍କ ସମସ୍ୟାକୁ ଦେଖି ନିକଟରେ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ବ ସିନ୍ଧିଆ ଏକ ଭିଡିଓ ଜାରି କରି ସନ୍ଦେସ ଦେଇଛନ୍ତି । ସିନ୍ଧିଆ କହିଛନ୍ତି ଲୋକଙ୍କ ସମସ୍ୟାକୁ ନେଇ ସେ ଅବଗତ ଅଛନ୍ତି । ସାମାଜିକ ଦୂରତା ଯୋଗୁଁ ସେ ବାହାରକୁ ଆସିପାରୁନାହାଁନ୍ତି ସମସ୍ତେ ଫୋନ ମାଧ୍ଯମରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।

ସୌଜନ୍ୟ: @JM_Scindia

ସିନ୍ଧିଆ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଜାରି କରି ନିଜ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ନେଇ ସେ ଅବଗତ ଅଛନ୍ତି । କିନ୍ତୁ କୋରୋନାର ମୁକାବିଲା ବିଶେଷଜ୍ଞଙ୍କ ପରାମର୍ଶ ଓ ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ପାଳନ ପାଇଁ ଲୋକଙ୍କ ପାଖକୁ ଆସିପାରୁନାହିଁ । ହେଲେ ସେ ସଦା ସର୍ବଦା ଲୋକଙ୍କ ପାଇଁ ଉପଲବ୍ଧ ଅଛନ୍ତି । ଯଦି କାହାକୁ କିଛି ଅସୁବିଧା ହେଉଛି ଆମର କାର୍ଯ୍ୟକାର୍ତ୍ତା ଓ ମୁଁ ନିଜେ ପ୍ରସ୍ତୁତ ଅଛି । ଫୋନ ମାଧ୍ୟମରେ ଯୋଗାଯୋଗ କରନ୍ତୁ ବୋଲି ସିନ୍ଧିଆ କହିଛନ୍ତି ।

ସେ ଆହୁରି କହିଛନ୍ତି ବର୍ତ୍ତମାନର ସ୍ଥିତି ଯାହା ଏବେ ଘରେ ରହିବା ସୁରକ୍ଷିତ ରହିବା ଜରୁରୀ ହୋଇପଡିଛି । କୌଣସି ସହଯୋଗ ପରାମର୍ଶ ପାଇଁ ସେ ସବୁବେଳେ ଫୋନରେ ଉପଲବ୍ଧ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.