ETV Bharat / bharat

ତାମିଲନାଡୁରେ କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି - Coronavirus in Tamil Nadu

ତାମିଲନାଡୁରେ 71 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ। ଷ୍ଟେନଲି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ରିପୋର୍ଟ ଆସିଲେ କୋରୋନା ପଜିଟିଭ୍ କି ନାହିଁ ବୋଲି ସ୍ପଷ୍ଟ ହେବ। ଅଧିକ ଖବର ପଢନ୍ତୁ...

Coronavirus in Tamil Nadu
ତାମିଲନାଡୁର କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି
author img

By

Published : Apr 5, 2020, 2:55 PM IST

ଚେନ୍ନାଇ: କୋଭିଡ୍ 19 ରେ ଆଖି ବୁଜିଲେ ତାମିଲନାଡୁର 71 ବର୍ଷୀୟ ବୃଦ୍ଧ। ଶନିବାର ରାତିରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଚେନ୍ନାଇର ଷ୍ଟେନଲି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ତାମିଲନାଡୁରେ କୋରୋନା ମୃତ୍ୟୁ ସଂଖ୍ୟା 4 କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ବୃଦ୍ଧଙ୍କ ଶରୀରକୁ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ରାମନାଥପୁରମ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ସମାଧି ଦିଆଯାଇଛି। ତେବେ ଯେଉଁ ମାନେ ବୃଦ୍ଧ ମୃତଦେହ ସହ ଯାତ୍ରା କରିଥିଲେ ଓ ଶେଷ ରୀତିନୀତିରେ ସାମିଲ ହୋଇଥିଲେ ସେମାନଙ୍କ ପରିଚୟ ଓ ତାଙ୍କ ଉପରେ ନଜର ରଖିବାକୁ ଜିଲ୍ଲାର ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

ମୃତ ବ୍ୟକ୍ତି ଜଣକ ମାର୍ଟ୍ଟ 16 ରୁ ଦୁବାଇରୁ ଫେରିଥିବା ବେଳେ ଶୁକ୍ରବାର ଶ୍ବାସଯନ୍ତ୍ରଣା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାର 2 ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତିଙ୍କ ସ୍ବାବ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି ରିପୋର୍ଟ ଆସିଲା ପରେ ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.