ETV Bharat / bharat

ଭେଣ୍ଟିଲେଟର ତିଆରି କରିବ ଅଟୋମୋବାଇଲ କମ୍ପାନୀ: ସ୍ବାସ୍ଥ୍ୟ ବିଭାଗ

author img

By

Published : Mar 30, 2020, 6:09 PM IST

ମାରାତ୍ମକ କୋରୋନା ଭାଇରସର ମୁକାବିଲା ପାଇଁ ଅଟୋମୋବାଇଲ କମ୍ପାନୀକୁ କୋରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟର ତିଆରି କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

automobile company make ventilator
ଭେଣ୍ଟିଲେଟର ତିଆରି କରିବ ଅଟୋମୋବାଇଲ କମ୍ପାନୀ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି । ମାରାତ୍ମକ କୋରୋନା ଭାଇରସର ମୁକାବିଲା ପାଇଁ ଅଟୋମୋବାଇଲ କମ୍ପାନୀକୁ କୋରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟର ତିଆରି କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଅଟୋ ମୋବାଇଲ କମ୍ପାନୀ ଭେଣ୍ଟିଲେଟରର ନିର୍ମାଣ କାମ ଆରମ୍ଭ କରିସାରିଲେଣି । ଏଥିସହ ଭାରତ ଇଲଟ୍ରୋନିକ ଲିମିଟେଡ୍ ଆଗାମୀ ଦୁଇ ମାସ ମଧ୍ୟରେ ଲୋକାଲ ମ୍ୟାନୁଫ୍ୟାକ୍ଚର୍ସଙ୍କ ସହ ମିଶି 30 ହଜାର ଭେଣ୍ଟିଲେଟର ତିଆରି କରିବେ ।

ଏହାଛଡା ବର୍ତ୍ତମାନ ଦେଶର ବିଭିନ୍ନ ମେଡିକାଲରେ 14 ହଜାରରୁ ଉର୍ଦ୍ଧ୍ବ ଭେଣ୍ଟିଲେଟର କୋରୋନା ଆକ୍ରାନ୍ତଙ୍କ ପାଇଁ ଉପଲବ୍ଧ ରହିଛି । ତେବେ ନଏଡା ଅଗଭା ହେଲ୍ଥ କେୟାର 1 ମାସ ମଧ୍ୟରେ 10 ହଜାର ଭେଣ୍ଟିଲେଟର ତିଆରି କରିବେ । ଏଥିସହ ଏପ୍ରିଲ ମାସର ଦ୍ବିତୀୟ ସପ୍ତାହ ଏହି ଭେଣ୍ଟଲେଟର ଯୋଗାଣ ଆରମ୍ଭ ହେବ । ତେବେ ଡିଆରଡିଓ ଆସନ୍ତା ସପ୍ତାହରୁ ପ୍ରତିଦିନ 20 ହଜାର ଏନ99 ମାସ୍କ ତିଆରି କରିବେ ।

ତେବେ ବର୍ତ୍ତମାନ ଦେଶର ବିଭିନ୍ନ ମେଡିକାଲରେ 11 ଲକ୍ଷ 95 ହଜାର ଏନ95 ମାସ୍କ ଷ୍ଟକ ରହିଛି । ଏହାଛଡା ଦୁଇ ଘରୋଇ ମ୍ୟାନୁଫ୍ୟାକ୍ଚର୍ସ ପ୍ରତିଦିନ 50 ହଜାର ଏନ95 ମାସ୍କ ତିଆରି କରୁଥିବା ସୂଚନା ମିଳିଛି । ତେବେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସେମାନେ ପ୍ରତିଦିନ ଏକ ଲକ୍ଷ ମାସ୍କ ତିଆରି କରିବେ । ତେବେ ସୋମବାର ରେଡ କ୍ରସ 10 ହଜାର ପିପିଇ ଅର୍ଥାତ୍ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପେମେଣ୍ଟ ଦାନ କରିଛନ୍ତି । ତେବେ 20 ଲକ୍ଷ ପିପିଇ ଦକ୍ଷିଣ କୋରିଆକୁ ଅର୍ଡର ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.