ୱାଶିଂଟନ: ଭାରତୀୟ ସଂସ୍କୃତି ଓ ପରମ୍ପରା ଆପଣାଇଲେ ଟ୍ରମ୍ପ । ଗତ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଆୟାରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ହ୍ୟାଣ୍ଡସେକ କରିବା ପରିବର୍ତ୍ତେ ନମସ୍କାର କରିଥିବା ଦେଖିବାକୁ ମିଳିଛି ।
ଏକ ଗଣମାଧ୍ୟମର ଉତ୍ତର ଦେବାକୁ ଯାଇ ଟ୍ରମ୍ପଙ୍କ କହିଛନ୍ତି, କୋରୋନା ଭାଇରସର ପରିସ୍ଥିତିକୁ ଦେଖି ହ୍ୟାଣ୍ଡସେକ ବଦଳରେ ନମସ୍କାର କରିବା ଜରୁରୀ ଅଟେ । ଏଥିସହ ଟ୍ରମ୍ପ କହିଛନ୍ତି, ମୁଁ ନିକଟରେ ଭାରତରୁ ଫେରିଛି । ସେଠାରେ ମୋତେ ସମସ୍ତେ ହାତ ଯୋଡି ସ୍ବାଗତ କରିଥିଲେ ।
ଏହାଛଡା ଟ୍ରମ୍ପ ଜାପାନର ମୁଣ୍ଡ ନୁଆଁଇ ସ୍ବାଗତ କରିବା ପ୍ରଥା ଗଣମାଧ୍ୟମକୁ ମଧ୍ୟ ଦେଖାଇଥିଲେ । ଏଥିସହ ସେ କହିଥିଲେ ମୁଣ୍ଡ ନୁଆଁଇ ନମସ୍କାର କରିବା ମୋତେ ଟିକେ ବିଚିତ୍ର ଲାଗିଥାଏ । ତେଣୁ ମୁଁ ହାତଯୋଡି ନମସ୍କାର କରିଥିଲି ।