ETV Bharat / bharat

ବେଡ ଅଭାବରୁ ବଢିଛି କୋରୋନା ମୃତ୍ୟୁ ସଂଖ୍ୟା, ସ୍ବୀକାର କଲେ କେଜ୍ରିୱାଲ

ଗତ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବୀକାର କରିଛନ୍ତି, ଯେ ଜୁନ୍ ପ୍ରଥମ ସପ୍ତାହରେ କୋରୋନା ରୋଗୀଙ୍କ ପାଇଁ ମେଡିକାଲରେ ବେଡ୍ ଅଭାବରୁ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

author img

By

Published : Jun 28, 2020, 3:29 PM IST

_corona
ବେଡ୍ ଅଭାବରୁ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ସ୍ବୀକାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବେଡ୍ ଅଭାବରୁ ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ବଢିଥିବା ସ୍ବିକାର କଲେ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ଜୁନ୍ ପ୍ରଥମ ସପ୍ତାହରେ କୋରୋନା ରୋଗୀଙ୍କ ପାଇଁ ମେଡିକାଲରେ ବେଡ୍ ଅଭାବରୁ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା । କିନ୍ତୁ ସେ ଏହା ମଧ୍ଯ କହିଛନ୍ତି ଯେ, ବର୍ତ୍ତମାନ ଏଭଳି ସ୍ଥିତି ନାହିଁ ।

ସେ କହିଛନ୍ତି, ଦିଲ୍ଲୀ ସରକାର କୋରୋନା ରୋଗୀଙ୍କ ପାଇଁ ବେଡ୍ ଏବଂ ଟେଷ୍ଟିଙ୍ଗ୍ ବଢାଇବା ସହ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ଅକ୍ସିମିଟର ଏବଂ ଅକ୍ସିଜେନ କନ୍ସଟ୍ରେସନ ଯୋଗାଇ ଦେଇଛନ୍ତି । ଏଥିସହ ପ୍ଲାଜମା ଥେରାପି ଉପଲବ୍ଧ କରାଇ, ସର୍ଭେ ଏବଂ ଯାଞ୍ଚ କରି କୋରୋନା ମହାମାରୀ ସହ ଅନୁସନ୍ଧାନ ଯୋଗାଇ ଦିଆଯିବ। ଏହି ବିଶ୍ୱ ମହାମାରୀ ସହ ଲଢେଇ କରୁଛନ୍ତି ।

ଏଥିସହ ସେ କହିଛନ୍ତି, ଦିଲ୍ଲୀରେ ଲକଡାଉନ ହଟିବା ପରଠାରୁ ଆଶା ଠାରୁ ଅଧିକ ଆକ୍ରାନ୍ତ ମାମଲା ବଢିଛି । ପ୍ରଥମ ଦିନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । କୋରୋନା ମୁକାବିଲା ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପକୁ ଗଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରୋନା ମହାମାରୀ ବିରୋଧରେ ଦିଲ୍ଲୀ ଏକ କଷ୍ଟସାଧ୍ୟ ଯୁଦ୍ଧ ଲଢୁଛି । ଏଥିରେ ଦିଲ୍ଲୀ ବିଜୟୀ ହେବ କିନ୍ତୁ ଏଥିପାଇଁ ସମୟ ଲାଗିବ ।

ତେବେ ନିକଟରେ ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏକ ସର୍ବଦଳୀୟ ବୈଠକ କରିଥିଲେ । ଯେଉଁଥିରେ ଦିଲ୍ଲୀ କୋରୋନା ସ୍ଥିତି ନିୟନ୍ତ୍ରଣ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି କ୍ରମରେ ଦିଲ୍ଲୀରେ ପ୍ରତ୍ୟେକ ଦିନ 18 ହଜାରରୁ ଉର୍ଦ୍ଧ୍ବ କୋରୋନା ପରୀକ୍ଷା କରାଯାଉଥିବା ବେଳେ ଗତ ଶନିବାର ଦିଲ୍ଲୀରେ ସୋରଲୋଜିକାଲ ସର୍ଭେ ଆରମ୍ଭ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଇ 77 ହଜାର 240ରେ ପହଞ୍ଚିଛି । ଏଥିସହ 2492 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.