ETV Bharat / bharat

କୋସୋଭୋ ପ୍ରଧାନମନ୍ତ୍ରୀ କୋରୋନା ପଜିଟିଭ୍ - Corona positive, Prime Minister of Kosovo

କୋସୋଭୋର ପ୍ରଧାନମନ୍ତ୍ରୀ ଅବଦୁଲ୍ଲାହୁ ହୋତି କୋରୋନା ପଜିଟିଭ୍ । ଏହା ପରେ ସେ ନିଜକୁ 14 ଦିନ ପାଇଁ ହୋମ-କ୍ବାରେଣ୍ଟାଇନରେ ରଖିଛନ୍ତି । ଅଧିକ ପଢନ୍ତୁ...

କୋସୋଭୋ ପ୍ରଧାନମନ୍ତ୍ରୀ କୋରୋନା ପଜିଟିଭ୍, ନିଜକୁ 14 ଦିନ କଲେ କ୍ବାରେଣ୍ଟାଇନ

author img

By

Published : Aug 4, 2020, 12:21 PM IST

ପ୍ରିଷ୍ଟିନା: କୋସୋଭୋର ପ୍ରଧାନମନ୍ତ୍ରୀ ଅବଦୁଲ୍ଲାହୁ ହୋତି କୋରୋନା ପଜିଟିଭ୍ । ଏହା ପରେ ସେ ନିଜକୁ 14 ଦିନ ପାଇଁ ହୋମ-କ୍ବାରେଣ୍ଟାଇନରେ ରଖିଛନ୍ତି । ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା। ତେବେ କୋସୋଭୋର ପ୍ରଧାନମନ୍ତ୍ରୀ କୋରୋନା ସକରାତ୍ମକ ବୋଲି ଜଣାବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସେ ନିଜର ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ। କୋରୋନାର ଲକ୍ଷଣ ପ୍ରକାଶ ପାଇବା ପରେ ଅବଦୁଲ୍ଲାହୁ ହୋତି ତାଙ୍କର ପରୀକ୍ଷା କରିଥିଲେ ଏବଂ ରବିବାର ଦିନ ତାଙ୍କ ରିପୋର୍ଟ ସକରାତ୍ମକ ବୋଲି ପ୍ରକାଶ ପାଇଥିଲା। ଏହା ପରେ ସେ ନିଜକୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖିଛନ୍ତି।

ଏହି ସମୟ ମଧ୍ୟରେ ସେ ତାଙ୍କ ଘରୁ ସରକାରୀ କାର୍ଯ୍ୟ କରିବାକୁ କହିଛନ୍ତି। ଏହା ସହ ଯେଉଁମାନେ ତାଙ୍କୁ ସାକ୍ଷାତ କରୁଛନ୍ତି, ସେମାନେ ନିଜର ପରୀକ୍ଷା କରୁନ୍ତୁ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, କୋସୋଭୋର ଜନସଂଖ୍ୟା ପ୍ରାୟ 18 ଲକ୍ଷ ଅଟେ । ଏଠାରେ ପ୍ରାୟ 9 ହଜାର ଲୋକ କୋରୋନା ସଂକ୍ରମଣରେ ପୀଡିତ ଅଛନ୍ତି। ମୃତ୍ୟୁ ସଂଖ୍ୟା ପାଖାପାଖି 250 ଥିବାବେଳେ ହୋତି ସରକାର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ଅଭିଯୋଗ ହୋଇଛି ଯେ, ସେ କୋରୋନା ସଂକ୍ରମଣକୁ ଦୂର କରିବା ପାଇଁ ଉଦ୍ୟମ କରିନାହାଁନ୍ତି।

ଏହି କାରଣରୁ, ଗତ କିଛି ଦିନ ମଧ୍ୟରେ ବାଲ୍କନ ଉପଦ୍ୱୀପରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ବିଶ୍ବ ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ବରେ 1 କୋଟି 84 ଲକ୍ଷରୁ ଅଧିକ କୋରୋନା ସଂକ୍ରମଣ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 6 ଲକ୍ଷ 96 ହଜାର ଅତିକ୍ରମ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.