ETV Bharat / bharat

ଜାତୀୟ ବିପତ୍ତି ସମୟରେ ବି ରାଜନୀତି; କୌଣସି ଦଳ ପଛରେ ନାହିଁ

ସତର୍କ, ସଚେତନତା ପରେ ମଧ୍ୟ ଦେଶରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ପରାମର୍ଶ ପରେ ମଧ୍ୟ ରାଜନେତା ମାତିଛନ୍ତି ରାଜନୀତିରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

coronavirus
coronavirus
author img

By

Published : Mar 15, 2020, 10:03 PM IST

ଭୋପାଳ: ଚୀନ, ଇରାନ, ଇଟାଲୀ ଓ ଆମେରିକା ରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଏବେ ଆମଦେଶରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କେରଳରୁ ଚିହ୍ନଟ ହୋଇଥିବା କୋରୋନା ପ୍ରଥମେ ପ୍ରଥମେ ନିୟନ୍ତ୍ରଣରେ ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଚିନ୍ତା ଜନକ ହୋଇପଡିଛି । କୋରୋନା ଆକ୍ରାନ୍ତ 2 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରିସାରିଛି । ଏତିକି ବେଳେ ଭାରତ ସରକାର ମଧ୍ୟ ଏହାକୁ ଜାତୀୟ ବିପତ୍ତି ଶ୍ରେଣୀରେ ରଖିଛନ୍ତି । ଯଦ୍ବାରା କୋରୋନା ମୁକାବିଲା ପାଇଁ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଯୋରଦାର ହୋଇଛି । କିନ୍ତୁ ଚିନ୍ତା ଜନକ ସ୍ଥିତି ହେଉଛି ଦେଶରେ ଜାତୀୟ ବିପତ୍ତି ଉତ୍ପନ୍ନ ହେବା ସ୍ଥିତିରେ ଥିବାବେଳେ ରାଜନୈତିକ କ୍ଷମତା ଲଢେଇ ମଧ୍ୟ ଚରମ ସୀମାରେ ପହଞ୍ଚିଛି ।

PHOTO
ଶାହାଙ୍କୁ ସାକ୍ଷାତ

ଗୋଟିଏ ପଟେ କୋରୋନାକୁ ନେଇ ଉତ୍ପତି ସ୍ଥଳ ଚୀନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ଭାଇରସ ଭାରତକୁ 30 ଜାନୁୟାରୀରେ କେରଳ ଦେଇ ପ୍ରବେଶ କରିଛି । 3ଜଣଙ୍କ ଆକ୍ରାନ୍ତ ପରେ କେରଳ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । କେରଳ ସରକାରଙ୍କ ଏହି ପଦକ୍ଷେପ କେତେ ସମ୍ବେଦନଶୀଳ ଥିଲା ତାହା ସ୍ପଷ୍ଟ ହେଉଛି । ହେଲେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇପଡିଛି । ଆଜି (ରବିବାର) ପର୍ଯ୍ୟନ୍ତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 111 ରେ ପହଞ୍ଚିଛି । ଫଳରେ ସତର୍କତା ସ୍ବରୂପ କେତେକ ରାଜ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମଲ, ରେଷ୍ଟୁରାଣ୍ଟ, ସିନେମା ହଲ, ଭଳି ଜନସାଧାରଣ ସ୍ଥାନ ଉପରେ କଟକଣା ଜାରି ହୋଇଛି । ଲୋକଙ୍କୁ ଅଧିକରୁ ଅଧିକ ଏକାଠି ନହେବା ପାଇଁ ସରକାର ପରାମର୍ଶ ଦେଉଛନ୍ତି । ତମାମ ପଦକ୍ଷେପ ସତ୍ବେ ଦେଶରେ ରାଜନୈତିକ କ୍ଷମତା ଦଖଲ ପାଇଁ ରାଜନୈତିକ ଦଳ କୌଣସି ସୁଯୋଗ ଛାଡୁ ନାହାଁନ୍ତି । ସରକାରଙ୍କ ସମସ୍ତ କଟକଣା କୁ ଫୁ’ କରି ରାଜନେତା କ୍ଷମତା ପାଇଁ ସବୁକୁ ଯେମିତି ଭୁଲି ଯାଇଛନ୍ତି ।

କେଜ୍ରିୱାଲ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ

ଦିଲ୍ଲୀରେ ଜଣେ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇସାରିଛି । କିନ୍ତୁ କେଜ୍ରିୱାଲ ସରକାର ଏଥିରୁ ନଜର ହଟାଇ ଏନପିଆର ଓ ଏନଆରସି ଉପରେ ଚର୍ଚ୍ଚା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହାସହ ଏହା ବିରୋଧରେ ପ୍ରସ୍ତାବ ମଧ୍ୟ ପାରିତ କରିଛନ୍ତି । ଯେଉଁଥିରେ ଦଳର ସମସ୍ତ ବିଧାୟକ ସାମିଲ ହୋଇଛନ୍ତି ।

PHOTO
କେଜ୍ରିୱାଲ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ

ସିନ୍ଧିଆଙ୍କ ଭବ୍ୟ ରୋଡଶୋ

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଗୈରିକ ବସ୍ତ୍ର ଧାରଣ କରିବା ପରେ ସିନ୍ଧିଆ ଦିଲ୍ଲୀରୁ ଭୋପାଳ ଆସିଛନ୍ତି । ବିଜେପିରେ ଯୋଗଦେବା ପରେ ସିନ୍ଧିଆଙ୍କୁ ସ୍ବାଗତ ପାଇଁ ବିମାନ ବନ୍ଦରରୁ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଜକୀୟ ରୋଡଶୋ ରେ ସିନ୍ଧିଆଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଯେଉଁଥିରେ ହଜାର ହଜାର ନେତା ଜନତା ସାମିଲ ହୋଇଥିଲେ । ସେହିପରି ଉଭୟ ଦଳ ନିଜ ନିଜ ବିଧାୟକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି । ଯାହା କୋରୋନା ସତର୍କତାକୁ ଆଖିଠାର ମାଡିଛି ।

PHOTO
ସିନ୍ଧିଆଙ୍କ ଭବ୍ୟ ରୋଡଶୋ

‘ନମସ୍ତେ’କୁ ଜ୍ୟୋତିରାଦିତ୍ୟଙ୍କ ନାଁ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ହୋଲି ଉତ୍ସବ ପାଳନ କରିନଥିଲେ । ସରକାର ମଧ୍ୟ କୋରୋନାରୁ ବର୍ତ୍ତିବା ପାଇଁ କରମର୍ଦ୍ଦନ, ଆଲିଙ୍ଗନ ନକରିବାକୁ ପରାମର୍ଶ ଦେଇଛନ୍ତି । ସାରା ବିଶ୍ବ ଏବେ ଭାରତୀୟ ପରମ୍ପରା ‘ନମସ୍ତେ’ କୁ ଗ୍ରହଣ କରିଛି । ଏପରି ସ୍ଥଳେ ବିଜେପିରେ ସାମିଲ ହେବାର ଗୋଟିଏ ଦିନପରେ ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ନମସ୍ତେ ବଦଳରେ ଉଭୟେ ଉଭୟଙ୍କୁ ଆଲିଙ୍ଗନ କରିବା ସହ କରମର୍ଦ୍ଦନ କରିଥିଲେ । ଜ୍ୟୋତିରାଦିତ୍ୟଙ୍କ ନାମାଙ୍କନ ଦାଖଲ ଦିନ ମଧ୍ୟ ସମର୍ଥକ ଭିଡ ଜମାଇ ଥିଲେ ।

PHOTO
ଟ୍ରେଣ୍ଡ କରୁଛି ଭାରତୀୟ ପରମ୍ପରା ନମସ୍ତେ

ସେହିପରି କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ବୈଠକ କରୁଛନ୍ତି । ଯେଉଁଥିରେ ଅନେକ ନେତା ଅଧିକାରୀ ସାମିଲ ହେଉଛନ୍ତି । ରବିବାର ଗୃହମନ୍ତ୍ରୀ ଜାମ୍ମୁ କାଶ୍ମୀର ନେତାଙ୍କ ସହ ମଧ୍ୟ ବୈଠକ କରିଛନ୍ତି । ଗୋଟିଏ ପଟେ ବିଶେଷଜ୍ଞ ଏକାଠି ନହେବାକୁ ପରାମର୍ଶ ଦେଉଥିବା ବେଳେ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି, କଂଗ୍ରେସ ଓ ଅନ୍ୟ ଦଳମାନେ ସଂଖ୍ୟା ଯୋଗାଡରେ ତୁହାକୁ ତୁହା ବୈଠକ କରୁଛନ୍ତି ।

ସୋମବାରରୁ ଏମପି ବିଧାନସଭା; ସରକାର ଦେବେ ଅଗ୍ନି ପରୀକ୍ଷା

ଦେଶରେ କୋରୋନା ମୁକାବିଲାକୁ ନେଇ ବିଚାର ବିମର୍ଶ ସଚେତନା ଚାଲିଥିବା ବେଳେ ସୋମବାର ଠାରୁ ମଧ୍ୟ ପ୍ରଦେଶ ବିଧାନସଭା ଆରମ୍ଭ ହେଉଛି । ଏହାସହ ପ୍ରଥମ ଦିନରୁ ସରକାର ଗୃହରେ ବହୁମତ ପରୀକ୍ଷା ଦେବେ । ଯେଉଁଥିପାଇଁ କାଲି ଭୋପାଳ ସହର ସମେତ ସମଗ୍ର ମଧ୍ୟପ୍ରଦେଶରେ ଲାଗିବ ଲୋକଙ୍କ ଭିଡ । ମଧ୍ୟପ୍ରଦେଶ ରାଜନୀତିକୁ ନେଇ ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ ସରକାର ମଧ୍ୟ ନିଜ ନିଜ ଦଳକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ।

PHOTO
କଂଗ୍ରେସ ନେତାଙ୍କ ବୈଠକ

ହେଲେ କହିବାର କଥା ହେଲା କୋରୋନାକୁ ନେଇ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ଚୀନ ଏବେ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ଦେଶର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । କିନ୍ତୁ ଆମ ଦେଶରେ କେବଳ ନିୟମ ପ୍ରଣୟନ କରି ରାଜନୀତିରେ ମାତିଛନ୍ତି ରାଜନୈତିକ ଦଳ ଓ ନେତା ମାନେ । କେଉଁଠି ସରକାରକୁ ଭାଙ୍ଗିବା ପାଇଁ ଯୋଜନା ଚାଲିଛି ତ କେଉଁଠି ସରକାରକୁ ବଞ୍ଚାଇବା ପାଇଁ । ଏଥିରୁ ସ୍ପଷ୍ଟ ଆମେ କେତେ ସଚେତନ ଓ ସତର୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.