ETV Bharat / bharat

ଦେଶରେ 11 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ, ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11,439କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

coronavirus-cases-in-india-surge-past-11000
ଦେଶରେ 11 ହଜାର ପାର୍‌ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Apr 15, 2020, 10:59 AM IST

ନୂଆଦିଲ୍ଲୀ: ସାରା ବିଶ୍ବ ସମେତ ଭାରତରେ ମଧ୍ୟ ମହାମାରୀ କୋରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସେହିପରି ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି(ବୁଧବାର) କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ, ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11,439କୁ ବୃଦ୍ଧି ପାଇଛି ।

ତେବେ ଏଥି ମଧ୍ୟରୁ 9,756ଟି ସକ୍ରିୟ ମାମଲା ଥିବା ବେଳେ 1,305 ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ସେହିପରି ଜଣେ ବ୍ୟକ୍ତି ଅନ୍ୟ ଦେଶକୁ ଯାଇଛନ୍ତି । ଅନ୍ୟପଟେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟଟି ହେଉଛି ଦେଶରେ ମୃତ୍ୟୁ ସଂଖ୍ୟା 300 ପାର ହୋଇସାରିଛି । ଏହି ମହାମାରୀ ଯୋଗୁଁ ଦେଶରେ 377 ଜଣ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି।

ତେବେ ମହରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 2,687 ରହିଛନ୍ତି । ସେହିପରି ନୂଆଦିଲ୍ଲୀରେ 1,561 ଏବଂ ତାମିଲନାଡୁରେ 1,204 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 60ଟି ପଜିଟିଭ ନମୁନା ଚିହ୍ନଟ ହୋଇଥିବା ବେଳେ 18ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.