ETV Bharat / bharat

ଦେଶରେ 107 ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Mar 15, 2020, 8:23 AM IST

Updated : Mar 15, 2020, 2:33 PM IST

ଗତ ଶନିବାର ମହାରାଷ୍ଟ୍ରରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ଭାରତରେ କୋରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ 107ରେ ପହଞ୍ଚିଛି ।

100 corona suspect india
100 ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

ମୁମ୍ବାଇ: ଭାରତରେ 100 ପାର କଲା କୋରୋନା ଆକ୍ରାନ୍ତ ସଂଖ୍ୟା । ଗତ ଶନିବାର ମହାରାଷ୍ଟ୍ରରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 107 ପହଞ୍ଚିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଗତ ଶନିବାର ରାତିରେ 5 ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ପଜେଟିଭ ଆସିଛି । ସେମାନଙ୍କ ମଧ୍ୟରେ 3 ଜଣ ମହିଳା ଓ 2 ଜଣ ପୁରୁଷ ଥିବା ଜଣାପଡିଛି । ତେବେ ଏହି 5 କୋରୋନା ସନ୍ଦିଗ୍ଧ ମଧ୍ୟରୁ 4 ଜଣ ନିକଟରେ ଦୁବାଇରୁ ଫେରିଥିବା ବେଳେ ଅନ୍ୟ ଜଣେ ଥାଇଲାଣ୍ଡରୁ ଫେରିଛନ୍ତି । ତେବେ ଏହାକୁ ମିଶାଇ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 31ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଗତକାଲି ପରିସ୍ଥିତିକୁ ନଜରରେ ରଖି, କେନ୍ଦ୍ର ସରକାର କୋଭିଡ-19କୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାରେ ଏହାସହ ସାର୍କ ଦେଶଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫେରନ୍ସି ମାଧ୍ୟମରେ କୋରୋନା ମୁକାବିଲା ଉପରେ ଚର୍ଚ୍ଚା କରିବେ ।

Last Updated : Mar 15, 2020, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.