ETV Bharat / bharat

5ରୁ 50 ମିନିଟ ମଧ୍ୟରେ ଆପଣ କୋରୋନା ସଂକ୍ରମିତ ହୋଇପାରନ୍ତି - infect you within 5 to 50 minutes

କୋଭିଡକୁ ନେଇ ଜାରି ଅନୁସନ୍ଧାନ ଓ ଗବେଷଣା । ଜଣେ ବ୍ୟକ୍ତିଙ୍କ ସଂକ୍ରମିତ ହେବାକୁ କେତେ ସମୟ ନେଇଥାଏ ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

5ରୁ 50 ମିନିଟ ମଧ୍ୟରେ ଆପଣ କୋରୋନା ସଂକ୍ରମିତ ହୋଇପାରନ୍ତି

author img

By

Published : May 26, 2020, 10:41 AM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି । ପ୍ରାଥମିକ ପର୍ଯ୍ୟାୟରୁ ଏହା ଜଣାପଡିଥିଲା ଯେ, ଏହି ସଂକ୍ରମଣ ତ୍ରୀବ ଗତିରେ ବ୍ୟାପିଥାଏ । ତେବେ ଏହା କେତେ ଶୀଘ୍ର ବ୍ୟାପିଥାଏ ସେନେଇ ଏକ ରିପୋର୍ଟ ଦେଇଛନ୍ତି ମାସାଚୁସେଟ୍ସ ଡାର୍ଟମାଉଥ୍ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ଆସୋସିଏଟ୍ ପ୍ରଫେସର । ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ସୁସ୍ଥ ବ୍ୟକ୍ତି ସଂକ୍ରମଣ ହେବାକୁ ମାତ୍ର 5ରୁ 50 ମିନିଟ ସମୟ ଲାଗିଥାଏ ।

ପ୍ରଫେସର ଏରିନ ଏସ.ବ୍ରମେଜ କୋଭିଡ ସଂକ୍ରମଣକୁ ଏକ ପରୀକ୍ଷଣ କରିଥିଲେ । ଯେଉଁଥିରେ ସେ ଜାଣିବାକୁ ପାଇଥିଲେ, ଯଦି ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ସହ ସାମ୍ନା ସାମ୍ନି 10 ମିନିଟ ସଂସ୍ପର୍ଶରେ ଆସିବା ଦ୍ବାରା ଯେକୌଣସି ବ୍ୟକ୍ତି ସଂକ୍ରମିତ ହୋଇପାରନ୍ତି । ଏଭଳି ମାମଲା ପ୍ରାୟତଃ ଅଫିସଗୁଡିକରେ ଦେଖିବାକୁ ମିଳିଛି ।

ଥଣ୍ଡା, କାଶ ଭଳି ସଂକ୍ରମିତ ବ୍ୟକ୍ତି ଗୋଟିଏ ରୁମରେ ଥିବା ସମସ୍ତ ବ୍ୟକ୍ତି ସଂକ୍ରମିତ କରିପାରନ୍ତି । ତେଣୁ ଲକ୍ଷଣ ଥିଲେ ଘରେ ରହିବା ନିହାତି ଜରୁରୀ । ଜଣେ ବ୍ୟକ୍ତି କେତେ ଶୀଘ୍ର ସଂକ୍ରମିତ ହୋଇପାରେ ସେନେଇ ଏକ ଫର୍ମୂଲା ଦେଇଛନ୍ତି ଏରିନ । ସଂକ୍ରମିତ ବ୍ୟକ୍ତି x ସମୟ, ଅର୍ଥାତ ଆପଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଯେତିକି ସମୟ ସଂସ୍ପର୍ଶରେ ଆସିବେ ସେତିକି ସମୟରେ ଆପଣ ସଂକ୍ରମିତ ହୋଇପାରନ୍ତି ।

ବିଭିନ୍ନ ସଂକ୍ରମକ ରୋଗର ଅଧ୍ୟୟନକୁ ଆଧାର କରି ଏରିନ କହିଛନ୍ତି, କିଛି ବିଶେଷଜ୍ଞ ଆକଳନ କରିଛନ୍ତି, କୌଣସି ବ୍ୟକ୍ତି ସଂକ୍ରମିତ ହେବା ପାଇଁ 1000 SARS-CoV2 ସଂକ୍ରାମକ ଭାଇରାଲ କଣିକାର ଆବଶ୍ୟକ କରେ ।

ସେ ଆହୁରି କହିଛନ୍ତି, 1000 ସଂକ୍ରାମକ ଭାଇରାଲ କଣିକା ମାଧ୍ୟମରେ ଆପଣ ଗୋଟିଏ ନିଶ୍ୱାସରେ କିମ୍ବା ଗୋଟିଏ ଆଖି ମଚିକି, ପ୍ରତି ପ୍ରଶ୍ବାସରେ 100 ଭାଇରାଲ କଣିକା ହିସାବରେ 10 ଥର ପ୍ରଶ୍ବାସରେ ଆଘ୍ରାଣ କରିବା, 10 ଭାଇରାଲ କଣିଆକୁ 100 ଥର ନିଶ୍ବାସ-ପ୍ରଶ୍ବାସରେ ନେବା । ଏଭଳି ପରିସ୍ଥିତି ଜଣକୁ ସଂକ୍ରମିତ କରିବାରେ ସହାୟକ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.