ETV Bharat / bharat

କୋରାନମୁକ୍ତଙ୍କୁ ଅଧିକ ଡାଇବେଟିସ୍ ଡର - କୋରାନମୁକ୍ତଙ୍କୁ ଅଧିକ ଡାଇବେଟିସ୍ ଡର

ନିକଟରେ ହୋଇଥିବା ଏକ ଗବେଷଣା ଏହା ଦର୍ଶାଯାଇଛି ଯେ କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ନିକଟରେ ମଧୁମେହ ହେବାର ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ..

କୋରାନମୁକ୍ତଙ୍କୁ ଅଧିକ ଡାଇବେଟିସ୍ ଡର
କୋରାନମୁକ୍ତଙ୍କୁ ଅଧିକ ଡାଇବେଟିସ୍ ଡର
author img

By

Published : Jun 15, 2020, 4:55 PM IST

ହାଇଦ୍ରାବାଦ: ସମୟ ସହିତ କୋରୋନା ଜୀବାଣୁ ମଧ୍ୟ ଶକ୍ତିଶାଳୀ ହେଉଛନ୍ତି । ଯେଉଁ କାରଣରୁ ଏହାର ଆଶଙ୍କା ବଢିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢିବାରେ ଲାଗିଛି ତାହା ଚିନ୍ତା ବଢାଇବା ସ୍ବାଭାବିକ । ତେବେ ବର୍ତ୍ତମାନ ଭାରତରେ କୋରୋନା ମାମଲା 3 ଲକ୍ଷ ଅତିକ୍ରମ କରିଛି ।

ରିପୋର୍ଟ ଅନୁସାରେ, ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ସେହିପରି କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି । ଯାହା ଏକ ଆଶ୍ବସ୍ତିକର ଖବର ନିଶ୍ଚୟ । ମାତ୍ର ନିକଟରେ ହୋଇଥିବା ଏକ ଗବେଷଣା ଏହା ଦର୍ଶାଯାଇଛି ଯେ କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ନିକଟରେ ମଧୁମେହ ହେବାର ଆଶଙ୍କା ଦେଖାଦେଇଛି ।

ଗବେଷଣା ଅନୁଯାୟୀ, ମଧୁମେହ ଏବଂ କୋଭିଡ 19 ମଧ୍ୟରେ ଏକ ଗଭୀର ସଂଯୋଗ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଇଥିଲା ଯେ ମଧୁମେହ ରୋଗୀଙ୍କଠାରେ କୋରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହଛି ମାତ୍ର ବର୍ତ୍ତମାନ ଏହି ଗବେଷଣାରୁ ଏହା ସ୍ପଷ୍ଟ ଜଣାପଡିଛି ଯେ କୋରୋନାରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କର ମଧ୍ୟ ମଧୁମେହ ସମସ୍ୟା ଦେଖା ଦେଇପାରେ ।

କୋରୋନା ପରେ ମଧୁମେହ ହେବର କାରଣ

ଅନୁସନ୍ଧାନ ଅନୁଯାୟୀ, କୋରୋନା ସଂକ୍ରମଣ ହେବାପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । କୋରୋନା ଜୀବାଣୁ ଶରୀରର ଗ୍ଲୁକୋଜକୁ ଶକ୍ତିରେ ପରିଣତ କରିବାର କ୍ଷମତାକୁ ଦୁର୍ବଳ କରି ମଧୁମେହ ହେବାର ଆଶଙ୍କା ସୃଷ୍ଟି କରିଥାଏ । ଏକ ରିପୋର୍ଟ ଅନୁଯାୟୀ, ଭାରତରେ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ 56 ପ୍ରତିଶତ ଲୋକ ମଧୁମେହରେ ପୀଡିତ ଥିଲେ ।

ପ୍ରକାଶଥାଉ କି, ଏକ ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ବରେ 30 ନିୟୁତ ଲୋକ ମଧୁମେହରେ ପୀଡିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.