ETV Bharat / bharat

2 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ

author img

By

Published : Apr 15, 2020, 11:05 AM IST

ଦିଲ୍ଲୀର କ୍ୟାନ୍ସର ମେଡିକାଲରେ ଜଣେ 2 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ମିଶାଇ ଦିଲ୍ଲୀର କ୍ୟାନ୍ସର ମେଡିକାଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29ରେ ପହଞ୍ଚିଥିବା ବେଳେ ମେଡିକାଲକୁ ବନ୍ଦ ରଖାଯାଇଛି ।

_corona
2 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: 2 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ । ଦିଲ୍ଲୀର କ୍ୟାନ୍ସର ମେଡିକାଲରେ ଜଣେ 2 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏହାକୁ ମିଶାଇ ଦିଲ୍ଲୀର କ୍ୟାନ୍ସର ମେଡିକାଲରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29ରେ ପହଞ୍ଚିଥିବା ବେଳେ ମେଡିକାଲକୁ ବନ୍ଦ ରଖାଯାଇଛି ।

ସୂଚନା ଅନୁଯାୟୀ, 2 ବର୍ଷର ଶିଶୁଟି ଜଣେ ନର୍ସଙ୍କ ପୁଅ ହୋଇଥିବା ବେଳେ ଏହା ପୂର୍ବରୁ ନର୍ସ ଜଣଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ସେ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ ସେ ଆଠ ମାସ ହେବ ଗର୍ଭବତୀ ଅଛନ୍ତି। ତେବେ ତାଙ୍କ ସ୍ୱାମୀଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି।

ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ଦିଲ୍ଲୀରେ 51 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମାମଲା ସଂଖ୍ୟା 1561ରେ ପହଞ୍ଚିଛି । ଏଥିସହ ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ସଂଖ୍ୟା 30ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.