ଡେରାଡୁନ: ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ସରୋବରର ନଗରୀ ନୈନିତାଲରେ କୋରୋନା ସଂକ୍ରମଣ ହେତୁ ପର୍ଯ୍ୟଟକଙ୍କ ସଂଖ୍ୟା 90 ପ୍ରତିଶତ ହ୍ରାସ ପାଇଛି। ହେଲେ ବର୍ତ୍ତମାନ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠାରେ ପର୍ଯ୍ୟଟକମାନେ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି। ତେବେ ଅକ୍ଟୋବରରୁ ପର୍ଯ୍ୟଟକମାନେ ପହଞ୍ଚିବେ ବୋଲି ଆଶା କରାଯାଉଛି।
କୋରୋନା କାରଣରୁ 20 ମାର୍ଚ୍ଚରୁ ପର୍ଯ୍ୟଟନଙ୍କ ଆଗମନ ବନ୍ଦ ହୋଇଯାଇଥିଲା । ଏହି ସମୟ ମଧ୍ୟରେ ହୋଟେଲ ସମେତ ଅନ୍ୟ ବଡ ବ୍ୟବସାୟକୁ ବହୁ କ୍ଷତି ସହିବାକୁ ପଡିଛି । ଦୀର୍ଘ ସମୟ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଧିରେ ଧିରେ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟଟନ ବ୍ୟବସାୟ ସହ ଜଡିତ ବ୍ୟବସାୟୀଙ୍କ ଅନୁଯାୟୀ ଏହି ସମୟ ମଧ୍ୟରେ ପର୍ଯ୍ୟଟନ କୁ 500 କୋଟି ଟଙ୍କାର କ୍ଷତି ହୋଇଛି । ଅନ୍ୟପକ୍ଷରେ ଦେଶ ତଥା ବିଶ୍ବରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବହୁତ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ପର୍ଯ୍ୟଟନ ବ୍ୟବସାୟ ବହୁତ ପ୍ରଭାବିତ ହୋଇଥିଲା । ଯଦିଓ ପର୍ଯ୍ୟଟକଙ୍କ ଆଗମନ ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହୋଇଛି, ତେବେ ଅକ୍ଟୋବର ମାସ ଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରହିଛି ।
ରବିବାର ନୈନିତାଲରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି। ସହରରେ 80 ପ୍ରତିଶତ ହୋଟେଲ ଏପର୍ଯ୍ୟନ୍ତ ଖୋଲି ନାହିଁ । ଅଧିକାଂଶ ହୋଟେଲ ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲିବା ନେଇ କୁହାଯାଉଛି। ଜାନୁଆରୀ ଏବଂ ଫେବୃଆରୀରେ କୋରୋନା ପୂର୍ବରୁ ନୈନିତାଲ ସମେତ ପାଖାପାଖି ଅଞ୍ଚଳରେ ଦେଢ ଲକ୍ଷ ପର୍ଯ୍ୟଟକ ପହଞ୍ଚିଥିଲେ। ମାର୍ଚ୍ଚ ମାସରେ, କେରୋନା ମହାମାରୀର ଆତଙ୍କ ପରେ ପର୍ଯ୍ୟଟକମାନେ ଆସିବା ବନ୍ଦ କରିଦେଇଥିଲେ। ଏହା ପରେ ବର୍ତ୍ତମାନ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। ପୂର୍ବ ବର୍ଷ ମାନଙ୍କରେ ପ୍ରତି ମାସରେ 50 ରୁ 70 ହଜାର ପର୍ଯ୍ୟଟକ ସହରରେ ପହଞ୍ଚୁଥିଲେ ।