ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟବାସୀଙ୍କୁ ମିଳିବ ମାଗଣା କୋରୋନା ଟୀକା । ଟୀକା ଉପଲବ୍ଧ ହେଲେ ସବୁ ଲୋକଙ୍କ ନିକଟରେ ମାଗଣା ଟୀକା ପହଞ୍ଚାଇବା ପାଇଁ ସରକାର ବ୍ୟବସ୍ଥା କରୁଥିବା ସେ ଘୋଷଣା କରିଛନ୍ତି । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସୂଚନା ଅନୁଷାରେ ବର୍ତ୍ତମାନ ତାମିଲନାଡୁରେ କୋରୋନା ସଂକ୍ରମଣରେ 10,780 ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 97,000 ପାର କରିସାରିଛି । ସେଥିମଧ୍ୟରୁ ବର୍ତ୍ତମାନ 55,480 ମାମଲା ସକ୍ରୀୟଥିବା ଚୂଚନା ରହିଛି ।
ଆକ୍ରାନ୍ତ ମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 50 ହଜାର 856 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ର୍ରଣାଲୟର ସୂଚନା ଅନୁଷାରେ ତାମିଲନାଡୁରେ ଗତ 24 ଘଣ୍ଟା ମଧ୍ୟରେ 39 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହି ଘୋଷାଣା ଅବସରର ମଖ୍ୟମନ୍ତ୍ରୀ ପଲାନିସାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କୁ ମଧ୍ୟ ଜନ୍ମଦିନର ସୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ