ETV Bharat / bharat

ଲକଡାଉନରେ ବ୍ୟାପୁଛି କୋରୋନା, 6 ସପ୍ତାହରେ 60 ଜିଲ୍ଲାକୁ ଛୁଇଁଲା - 6 ସପ୍ତାହରେ 60 ଜିଲ୍ଲାକୁ ଛୁଇଁଲା

ଲକଡାଉନରେ ଉତ୍ତରପ୍ରଦେଶର 60ରୁ ଅଧିକ ଜିଲ୍ଲାରେ କୋରୋନା ଭାଇରସ ବ୍ୟାପିଛି । ଏବେ ସୁଦ୍ଧା ଉତ୍ତରପ୍ରଦେଶରେ 2998 କୋରୋନା ଆକ୍ରାନ୍ତ ହୋଇଥିବାବେଳେ 60 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯେତେବେଳେ କି 1130 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଲକଡାଉନରେ ବ୍ୟାପୁଛି କୋରୋନା, 6 ସପ୍ତାହରେ 60 ଜିଲ୍ଲାକୁ ଛୁଇଁଲା

author img

By

Published : May 8, 2020, 12:35 PM IST

ଲକ୍ଷ୍ନୌ: ଲକଡାଉନରେ ବି ମାଡି ଚାଲିଛି କୋରୋନା ଜାଲ । କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଜଣାପଡିଛି ଯେ ଲକଡାଉନରେ ଉତ୍ତରପ୍ରଦେଶର 60 ରୁ ଅଧିକ ଜିଲ୍ଲାରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି ।

ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଗତ 45 ଦିନରେ 66ଟି ନୂଆ କୋରୋନା ମାମଲା ସାମନାକୁ ଆସିଛି । ଆଉ ପ୍ରତ୍ୟେକ ଦିନ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ 25 ମାର୍ଚ୍ଚରେ ଯେବେ ଲକଡାଉନ ଘୋଷଣା ହୋଇଥିଲା ସେତବେଳେ ଉତ୍ତରପ୍ରଦେଶର 75 ଜିଲ୍ଲାରୁ 66 ଜିଲ୍ଲା କୋରୋନା ମୁକ୍ତ ରହିଥିଲା । ତେବେ 6 ସପ୍ତାହ ପରେ ଅର୍ଥାତ ମେ 6 ରେ ଏହି ସଂଖ୍ୟା ଏବେ 3କୁ ପହଞ୍ଚିଛି । ଅର୍ଥାତ ମାତ୍ର 3ଟି ଜିଲ୍ଲା ଏବେ କୋରୋନା ମୁକ୍ତ ରହିଛି ।

ତେବେ ଏବେ ସୁଦ୍ଧା ଉତ୍ତରପ୍ରଦେଶରେ 2998 କୋରୋନା ଆକ୍ରାନ୍ତ ହୋଇଥିବାବେଳେ 60 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯେତେବେଳେ କି 1130 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.