ହାଇଦ୍ରାବାଦ: ଚିନ୍ତା ବଢାଇଛି ନିଜାମୁଦ୍ଦିନ ମରକଜ ସମାରୋହ । ଦେଶରେ ମହାମାରୀ କୋରୋନାକୁ ନେଇ ମୁକାବିଲା ଚାଲିଥିବା ବେଳେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ ସମାରୋହ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ଦିଲ୍ଲୀର ଅନୁଷ୍ଠିତ ହୋଇଥିବା ନିଜାମୁଦ୍ଦିନ ମରକଜ ସମାରୋହରେ ତେଲେଙ୍ଗାନାର 1030 ଲୋକ ଯୋଗ ଦେଇଥିଲେ । ସମସ୍ତଙ୍କ ରକ୍ତ ନମୂନାକୁ କୋରୋନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ 190 ଲୋକଙ୍କ ରିପୋର୍ଟ ପଜେଟିଭ ଆସିଛି ।
ଏହାଛଡା ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 229 ଥିବାବେଳେ ସେମାନଙ୍କ ମଧ୍ୟରୁ 82 ଜଣ ତବଲିଗୀ ଜମାତ ଫେରନ୍ତା ଅଟନ୍ତି । ଏହାଛଡା ତେଲେଙ୍ଗାନାରେ ବର୍ତ୍ତମାନ 500 ତବଲିଗୀ ଜମାତ ଫେରନ୍ତା ଲୋକଙ୍କ ରିପୋର୍ଟ ଆସିବା ବାକି ରହିଛି ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 2902 କୋରୋନା ଆକ୍ରାନ୍ତ ଥିବାବେଳେ 68 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି । ଏହାଛଡା 163 ଜଣ ସୁସ୍ଥ ଥିବା ଜଣାପଡିଛି ।