ETV Bharat / bharat

କୋରୋନା ଭାଇରସ୍‌ ପ୍ରାଦୁର୍ଭାବ

author img

By

Published : Feb 11, 2020, 7:49 PM IST

ଜଙ୍ଗଲ ନିଆଁ ଭଳି କୋରୋନା ଭାଇରସ୍‌ ସାରା ବିଶ୍ବରେ ବିପଜ୍ଜନକ ଭାବରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ସାରା ବିଶ୍ବର 26ଟି ଦେଶରେ ମହାମାରୀ କୋରୋନା ଭାଇରସ୍‌ ସଂକ୍ରମଣ ଘଟଣା ନିଶ୍ଚିତ ରୂପେ ପ୍ରମାଣିତ ହୋଇଛି । ଫିଲିପାଇନ୍‌ସ ଏବଂ ହଂକଂରେ ମଧ୍ୟ ଏହି ସଂକ୍ରମଣଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।

CORONA VIRUS OUTBREAK
କରୋନା ଭାଇରସ୍‌ ପ୍ରାଦୁର୍ଭାବ

ଜଙ୍ଗଲ ନିଆଁ ଭଳି କୋରୋନା ଭାଇରସ୍‌ ସାରା ବିଶ୍ବରେ ବିପଜ୍ଜନକ ଭାବରେ ବ୍ୟାପିବାରେ ଲାଗିଛି । ଭାରତ ସମେତ ସାରା ବିଶ୍ବର 26ଟି ଦେଶରେ ମହାମାରୀ କୋରୋନା ଭାଇରସ୍‌ ସଂକ୍ରମଣ ଘଟଣା ନିଶ୍ଚିତ ରୂପେ ପ୍ରମାଣିତ ହୋଇଛି । ଫିଲିପାଇନ୍‌ସ ଏବଂ ହଂକଂରେ ମଧ୍ୟ ଏହି ସଂକ୍ରମଣଜନିତ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।

ଯଦିଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବିଶ୍ବ ସ୍ବାସ୍ଥ୍ୟ କ୍ଷେତ୍ରରେ ଆପାତକାଳୀନ ଅବସ୍ଥା ବୋଲି ଶ୍ରେଣୀଭୁକ୍ତ କରିନାହିଁ, ତଥାପି, ଏହି ଭୂତାଣୁରେ ନିହିତ ମାରାତ୍ମକ ବିନାଶକାରୀ ତତ୍ତ୍ବ ଯୋଗୁଁ କୌଣସି ଦେଶ ଏ ଦିଗରେ ଉଦାସୀନ ରହିପାରିବ ନାହିଁ । ମନେକରାଯାଏ, ଏହି ଭୂତାଣୁ ସାପ ଓ ବାଦୁଡି ଶରୀରରୁ ମାନବ ଶରୀରକୁ ସଂଚାରିତ ହୋଇଛି ।

ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଖୋଲାଖୋଲି ସ୍ବୀକାର କରିଛନ୍ତି ଯେ, କୋରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୁରୁତର ଜଟିଳତାର ସମ୍ମୁଖୀନ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚୀନ୍‌, ଦଶ ହଜାର ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରିଛି ଏବଂ 13ଟି ସହରରେ ବ୍ୟାପକ ଡାକ୍ତରୀ ସହାୟତା ଯୋଗାଇ ଦେଉଛି ।

4 କୋଟିରୁ ଅଧିକ ନାଗରିକଙ୍କ ଗତିବିଧି ନିୟନ୍ତ୍ରଣ କରି ଏବଂ ସେମାନଙ୍କ ଉପରେ ସଜାଗକୁ ଦୃଷ୍ଟି ରଖି ଚୀନ୍‌ ଏହି ଭୂତାଣୁ ବିରୋଧରେ ରୀତିମତ ଯୁଦ୍ଧ ଆରମ୍ଭ କରିଛି । ଭାରତ ଭଳି କେତେକ ଦେଶ ଉହାନରେ ଫସି ରହିଥିବା ସେମାନଙ୍କ ନାଗରିକମାନଙ୍କୁ ଆକାଶ ମାର୍ଗରେ ଆଣିବା ବ୍ୟବସ୍ଥା କରିଥିବାବେଳେ ପାକିସ୍ତାନ ଏହାର ନାଗରିକମାନଙ୍କୁ ଚୀନ୍‌ରେ ଅଟକି ରହିବାକୁ ଛାଡି ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ସବୁ ରାଷ୍ଟ୍ର ମିଳିମିଶି କାମ କରିଲେ ହିଁ ଏହି ଭୂତାଣୁର ପ୍ରାଦୁର୍ଭାବକୁ ରୋକାଯାଇ ପାରିବ । କିନ୍ତୁ, ବିଶ୍ବ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବା ସମ୍ଭାବନା ବହନ କରୁଥିବା ସାର୍ବଜନୀନ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପୁଜିଥିବା ଏହି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ଲାଗି ବିଭିନ୍ନ ରାଷ୍ଟ୍ର ପ୍ରସ୍ତୁତ କି ?

ବର୍ତ୍ତମାନର କୋରୋନା ଭାଇରସ୍‌ ବିପତ୍ତି, 18 ବର୍ଷ ତଳେ ଚୀନ୍‌କୁ ଦୋହଲାଇ ଦେଇଥିବା ଏସ୍‌ଏଆର୍‌ଏସ୍‌ (ସିଭିଅର୍‌ ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ୍‌) ମହାମାରୀ କଥା ମନେ ପକାଇ ଦିଏ । ସେତେବେଳେ ବେଜିଂ ଏହି ଜରୁରୀକାଳୀନ ସ୍ଥିତି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ଗୁପ୍ତ ରଖିବାକୁ ଚାହୁଁଥିଲା । କାରଣ, ଦେଶର ବାଣିଜ୍ୟିକ ସ୍ବାର୍ଥରେ ଏହା ବାଧା ପହଞ୍ଚାଇବ ବୋଲି ଚୀନ୍‌ ଚିନ୍ତିତ ଥିଲା । ଏହା ପଛରେ ଷଡଯନ୍ତ୍ର ରହିଛି ବୋଲି ମତପ୍ରକାଶ ପାଏ । ଏହି ମତବାଦ ଅନୁସାରେ, ଜୈବ ଅସ୍ତ୍ରଶସ୍ତ୍ର ଗବେଷଣାରେ ବିଫଳତା ହିଁ ବର୍ତ୍ତମାନର ଏହି ଭୂତାଣୁ ପ୍ରାଦୁର୍ଭାବର କାରଣ ।

ଭବିଷ୍ୟତରେ ଏହି ସମସ୍ୟାର ମୂଳ କାରଣ ଲୋକଲୋଚନକୁ ଆସିବା ନେଇ ସନ୍ଦେହ ଉପୁଜିଛି । ସେତେବେଳେ ‘ଏସ୍‌ଏଆର୍‌ଏସ୍‌’ ପ୍ରାଦୁର୍ଭାବ ରୋକିବାରେ କାନାଡା, ସିଙ୍ଗାପୁର ଏବଂ ଭିଏତନାମ୍‌ ସଫଳ ହୋଇଥିଲେ । ଏବେ କୋରୋନା ବିପତ୍ତିକୁ ନିୟନ୍ତ୍ରଣ କରିବା ଦିଗରେ, ଚୀନ୍‌ ଏହାର ସମସ୍ତ ସମ୍ବଳ ବିନିଯୋଗ କରୁଛି । ‘ଏସ୍‌ଏଆର୍‌ଏସ୍‌’ ସଂକ୍ରମିତ 8,000 ଲୋକଙ୍କ ଭିତରୁ 800 ଜଣ ପ୍ରାଣ ହରାଇଥିଲେ । 2009ରେ 2.5 ଲକ୍ଷ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ଭିତରୁ ପ୍ରାୟ 3,000 ଲୋକଙ୍କର ମୃତ୍ୟୁ ହୋଇଥିଲା । କେବଳ 2014 ମସିହାରେ ଇବୋଲା ଭୂତାଣୁ ସଂକ୍ରମଣରେ 7,000ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଏବେ ଦ୍ରୁତ ହାରରେ ବ୍ୟାପୁଥିବା କୋରୋନା ଭାଇରସ୍‌, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଛି । ଲଙ୍କାମରିଚର ଦରବୃଦ୍ଧି ହୋଇଛି । ଚୀନ୍‌କୁ ରପ୍ତାନି ହ୍ରାସ ଯୋଗୁଁ ଦେଶର ସବୁଠୁ ବଡ ଲଙ୍କାମରିଚ ବ୍ୟବସାୟ ପେଣ୍ଠ, ଗୁଣ୍ଟୁର ବଜାର କ୍ଷେତ୍ରକୁ କ୍ଷତି ସହିବାକୁ ପଡିଛି । ସୁରତର ହୀରା କାରବାରରୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ କାରବାର କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି ।

2002ରେ ’ଏସ୍‌ଏଆର୍‌ଏସ୍‌’ ପ୍ରାଦୁର୍ଭାବ ସମୟରେ ଚୀନ୍‌, ବିଶ୍ବ ବାଣିଜ୍ୟ ସଂଗଠନର ନୂତନ ସଦସ୍ୟ ଥିଲା । ଆଜି ଚୀନ୍‌ ସହ ବାଣିଜ୍ୟିକ ସମ୍ବନ୍ଧ ରଖିଥିବା ପ୍ରତିଟି ଦେଶ, କାରବାରରେ କ୍ଷତି ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଅନ୍ୟ ପକ୍ଷରେ ମୃତ୍ୟୁସଂଖ୍ୟା ବଢି ଚାଲିଥିବାରୁ ସାଧାରଣ ଲୋକଙ୍କର ହୃତ୍‌କମ୍ପନ ସୃଷ୍ଟି ହୋଇଛି । ଯଦିଓ ଏହି ସାର୍ବଜନୀନ ସ୍ବାସ୍ଥ୍ୟ ବିପତ୍ତିର ମୁକାବିଲା ଲାଗି ଚୀନ୍‌ ଏହାର ସମଗ୍ର ସରକାରୀ କଳ ଓ ସମ୍ବଳକୁ ଏକତ୍ର କରିଦେଇଛି, ତଥାପି ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ଦୁରୂହ ବ୍ୟାପାର । ଫିଲିପାଇନ୍‌ସ ଏବଂ ହଂକଂରେ କୋରୋନା ସଂକ୍ରମଣ ଜନିତ ମୃତ୍ୟୁ ଯୋଗୁଁ ବାଣିଜ୍ୟିକ ପର୍ଯ୍ୟଟନ ବାଧାପ୍ରାପ୍ତ ହୋଇଛି । ଘରୋଇ ପର୍ଯ୍ୟଟନ ସର୍ବକାଳୀନ ନିମ୍ନସ୍ତରରେ ରହିଛି ।

ଏ କ୍ଷେତ୍ରରେ କେରଳର ପନ୍ଥା ଅନୁସରଣ କରିବାକୁ ଭାରତ ସରକାର ଅନ୍ୟ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଘରୋଇ ହସ୍ପିଟାଲରୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ତେଲଙ୍ଗାନା ସରକାର ନିର୍ଦ୍ଦେଶ ଦେଇଛନ୍ତି । ସନ୍ଦିଗ୍ଧ ରୋଗୀମାନଙ୍କୁ ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରାଯାଉଛି । ଡାକ୍ତରୀ ସେବାର ଗୁଣବତ୍ତା ଭିତ୍ତିରେ ପ୍ରସ୍ତୁତ 195ଟି ଦେଶର ତାଲିକାରେ ଭାରତ 145ତମ ସ୍ଥାନରେ ରହିଛି ।

ଡାକ୍ତରୀ ସେବା ପ୍ରଦାନରେ ବିଳମ୍ବ ଯୋଗୁଁ ପ୍ରତି ବର୍ଷ 24 ଲକ୍ଷରୁ ଅଧିକ ଲୋକଙ୍କ ଜୀବନହାନି ଘଟୁଛି । ପର୍ଯ୍ୟାପ୍ତ ପଦକ୍ଷେପ ନେବା ଲାଗି ବିଭିନ୍ନ ରାଜ୍ୟର ସରକାରଙ୍କୁ ସତର୍କ କରାଇ ଦେବାରେ କେନ୍ଦ୍ର ସରକାରଙ୍କ ଦାୟିତ୍ବ ଶେଷ ହୋଇଯିବ ନାହିଁ । ଗଣଯାତ୍ରା ଓ ଶୋଭାଯାତ୍ରାରେ ଭରପୂର ଏକ ଦେଶରେ ଏଭଳି ମହାମାରୀର ନିୟନ୍ତ୍ରଣ ସକାଶେ ଜନ ସଚେତନତା ଏବଂ ଡାକ୍ତରୀ ସୁବିଧା ହିଁ ପ୍ରମୁଖ ବିଷୟ । ଦେଶର ଯେ କୌଣସି ଭାଗରେ ହେଉନା କାହିଁକି, ଜରୁରୀକାଳୀନ ଭିତ୍ତିରେ ଏବଂ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା କରାଯିବା ଆବଶ୍ୟକ । କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ସମୟରେ ପଦକ୍ଷେପ ନ ନେଲେ, ଚୀନ୍‌ରେ ମୃତ୍ୟୁଦୂତ ସାଜିଥିବା କରୋନା ଭାଇରସ୍‌ ଭାରତରେ ବି ଅବାଧରେ ବ୍ୟାପିଯିବ !

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.