ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ସ୍ଥଗିତ କରାଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଯୋଗଦେବାକୁ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା ।
ଆସନ୍ତା 17 ତାରିଖରେ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ରହିଥିବା ବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ତେଣୁ ବାଂଲାଦେଶ ପକ୍ଷରୁ ସଂପର୍କରେ ଭାରତକୁ ଅବଗତ କରାଯାଇଥିଲା । ଏ ସଂପର୍କରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ପ୍ରକାଶ କରିଛନ୍ତି । ତେବେ ଶତବାର୍ଷିକୀ ସମାରୋହର ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି ।
@ANI