ETV Bharat / bharat

‘2500 ଟଙ୍କା ଦିଅ, କୋରୋନା ନେଗେଟିଭ୍ ରିପୋର୍ଟ ନିଅ’ - corona virus

2500 ଟଙ୍କା ଦେଲେ ଆପଣ କୋରୋନା ନେଗେଟିଭ୍ ହୋଇଯିବେ । ଆପଣଙ୍କୁ ହସ୍ପିଟାଲ ପକ୍ଷରୁ କୋରୋନା ନେଗେଟିଭ୍ ରିପୋର୍ଟ ମିଳିଯିବ ।

କୋରୋନା ଭାଇରସ
କୋରୋନା ଭାଇରସ
author img

By

Published : Jul 7, 2020, 5:08 PM IST

ଲକ୍ଷ୍ନୌ: ‘2500 ଟଙ୍କା ଦେଇ ହୋଇଯାଅ କୋରୋନା ନେଗେଟିଭ୍’, କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । 2500 ଟଙ୍କା ଦେଲେ ଆପଣ କୋରୋନା ନେଗେଟିଭ୍ ହୋଇଯିବେ । ଆପଣଙ୍କୁ ହସ୍ପିଟାଲ ପକ୍ଷରୁ କୋରୋନା ନେଗେଟିଭ୍ ରିପୋର୍ଟ ମିଳିଯିବ । କୋରୋନା ମହାମାରୀରେ ବିଶ୍ବ ଆତଙ୍କିତ ଥିବା ବେଳେ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଟରେ । ମେରଟ ସହରରେ ଥିବା ଏକ ହସ୍ପିଟାଲରେ 2500 ଟଙ୍କା ଦେଲେ କୋରୋନା ନେଗେଟିଭ୍ ରିପୋର୍ଟ ଦେବାକୁ ପ୍ରସ୍ତୁତ ଡାକ୍ତର ।

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ମେରଟ ଏହ ନର୍ସିଂହୋମରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ମେରଟର ମୁଖ୍ୟ ଚିକିତ୍ସା ଅଧିକାରୀ ବର୍ତ୍ତମାନ ନର୍ସିଂହୋମ ବିରୋଧରେ ତଦନ୍ତ କରୁଥିବାବେଳେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ମେରଟର ସିଏମଓ ଅନୁଯାୟୀ ନର୍ସିଂହୋମ ଦ୍ବାରା ନେଗେଟିଭ୍ ରିପୋର୍ଟ ଦିଆଯାଉଛି । ଏହାର ସାହାଯ୍ୟରେ ଲୋକେ ସହଜରେ ଅନ୍ୟ କିଛି ରୋଗର ଚିକିତ୍ସା କିମ୍ବା ଅପରେସନ୍ କରିପାରିବେ ।

ଭାଇରାଲ ଭିଡିଓରେ କିଛି ଗୋଷ୍ଠୀ ଡାକ୍ତରଖାନା କର୍ମଚାରୀଙ୍କୁ ନେଗେଟିଭ୍ କୋଭିଡ ରିପୋର୍ଟ ଦେବାକୁ ଦାବି କରୁଛନ୍ତି। ଏଥିରେ କିଛି ଲୋକ ଡାକ୍ତରଖାନା କର୍ମଚାରୀଙ୍କୁ 2 ହଜାର ଟଙ୍କା ଦେଉଛନ୍ତି ଓ ରିପୋର୍ଟ ପାଇବା ପରେ ବାକି 500 ଟଙ୍କା ଦେବେ ବୋଲି କହୁଛନ୍ତି।

ପ୍ରକାଶଥାଉକି, ମେରଟରେ ବର୍ତ୍ତମାନ ସୁଦ୍ଧା 1200 କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଲାଣି । ଅନ୍ୟପକ୍ଷେ ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ମେରଟ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.