ETV Bharat / bharat

ଦିନ ମଜୁରିଆଙ୍କ ପଳାୟନରେ ଚେତିଲେ ସରକାର; ଗୃହମନ୍ତ୍ରଣାଲୟ ଜାରି କଲା ନିର୍ଦ୍ଦେଶ - ଲକଡାଉନ]

ଗତ 2 ଦିନ ଧରି ଦିନ ମଜୁରିଆଙ୍କ ପଳାୟନ ଖବର ପରେ ଚେତିଲେ କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶାବଳୀ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ସହାୟତା ପାଇଁ ନିର୍ଦ୍ଦେଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

migrant labours
migrant labours
author img

By

Published : Mar 27, 2020, 7:48 PM IST

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଲକଡାଉନ ଆଜି( ଶୁକ୍ରବାର) ତୃତୀୟ ଦିନରେ ପହଞ୍ଚିଛି । ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ମାନେ ଚାଲି ଚାଲି ନିଜ ରାଜ୍ୟ ଅଭିମୁଖେ ପଳାୟନ କରୁଛନ୍ତି । ଗୋଟିଏ ପଟେ ପେଟର ଭୋକ । ଅନ୍ୟପଟେ ଘରକୁ ଯେକୌଣସି ମତେ ପହଞ୍ଚିବାର ପଣ । ଯିବାକୁ ହେବ ଶହଶହ କିଲୋମିଟର । ତାହା ପୁଣି ଚାଲି ଚାଲି । ସାଥୀରେ ଅଛନ୍ତି ପରିବାର ଓ ଆବଶ୍ୟକ ସାମଗ୍ରୀ । ଏହି ସମସ୍ତ ସଂକଳ୍ପକୁ ନେଇ ଦେଶର ରାଜରାସ୍ତାରେ ଚାଲିଛନ୍ତି ଆଗକୁ ଆଗ ଦେଶ ନିର୍ମାଣର ପ୍ରଥମ ମୂଳଦୁଆ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ । ଯାହା ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି । ବିଗତ 2 ଦିନ ଧରି ଏହି ଅସହାୟ ଶ୍ରମିକଙ୍କ ଦୁର୍ଦ୍ଦଶା ଉପରେ ଲଗାତାର ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଚେତିଲେ ସରକାର । ବସିଲା ବୈଠକ । ଆସିଲା କଡା ନିର୍ଦ୍ଦେଶ ।

ଆପଣ ଠିକ ପଢୁଛନ୍ତି । ମହାମାରୀ କୋରୋନାକୁ ନେଇ ସାରା ଦେଶ ସମ୍ପୂର୍ଣ୍ଣ ଲକଡାଉନ ହେବାପରେ ଏବେ ସଂକଟରେ ଫସିଯାଇଛନ୍ତି ନିର୍ମାଣ ଶ୍ରମିକ ଓ ଦିନ ମଜୁରିଆ । କାରଣ ଏହି ଶ୍ରମିକ ମାନଙ୍କ ରୋଜଗାର ଏବେ ବନ୍ଦ ହୋଇଯାଇଛି । ଫଳରେ ଆଶା ଆଶଙ୍କାରେ ବିଭିନ୍ନ ରାଜ୍ୟରୁ ଆସି ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଏହି ଶ୍ରମିକ ମାନେ ଏବେ ଘରମୁହାଁ ହୋଇଛନ୍ତି । ସବୁଠାରୁ ଅଭାବନୀୟ ଦୃଶ୍ୟ ହେଉଛି ସମସ୍ତ ଯାତାୟାତର ମାଧ୍ୟମ ବନ୍ଦ ହୋଇଯିବା ପରେ ଏମାନେ ଏବେ ରାଜପଥରେ ଚାଲି ଚାଲି ପଥ ଅତିକ୍ରମ କରୁଛନ୍ତି ।

କାହିଁକି ପଳାଉଛନ୍ତି?

ସମସ୍ତ ଦିନ ମଜୁରିଆ ଏବେ ଲମ୍ବାଯାତ୍ରା ପାଇଁ ବାହାରି ପଡିଛନ୍ତି । ନିଜର ଗନ୍ତବ୍ୟ ସ୍ଥଳରେ କେବେ ପହଞ୍ଚିବେ ସେମାନେ ମଧ୍ୟ ଜାଣନ୍ତି ନାହିଁ । ଏମାନଙ୍କ ମଧ୍ୟରେ ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପାଖରେ ଓଳିଏ ଖାଇବା ପାଇଁ ଦାନା ମଧ୍ୟ ନାହିଁ । କୋରୋନା ଭାଇରସ ଲକଡାଉନ ପାଇଁ ଅନେକ କଳକାରଖାନା ବନ୍ଦ ହୋଇଯିବା ପରେ ସମସ୍ତେ ନିଜ ପରିବାର ଧରି ନିଜ ଗାଁ ସହର ଅଭିମୁଖେ ପଳାୟନ କରୁଛନ୍ତି । କାରଣ ରୋଜଗାର ନାହିଁ ମାନେ ପେଟକୁ ମୁଠାଏ ଦାନା ମିଳିବ ନାହିଁ । ଫଳରେ ଗାଁକୁ ଫେରିବା ପାଇଁ ତତ୍ପର । କିଏ ନିଜ ଛୋଟ ଶିଶୁକୁ କାନ୍ଧରେ ବୋହି ଚାଲିଛି ତ କିଏ ଅନ୍ୟ ସାମଗ୍ରୀ ଧରି କର୍ମଭୂମି ଛାଡୁଛନ୍ତି ।

ସମସ୍ତଙ୍କର ନିଜସ୍ବ ସମସ୍ୟା

ଯେତେ ବି ନିର୍ମାଣ ଶ୍ରମିକ ହୁଅନ୍ତୁ ବା ଦିନ ମଜୁରିଆ । ସମସ୍ତଙ୍କର ଅନେକ ସମସ୍ୟା ଲାଗିରହିଛି । କାହାର ନିର୍ମାଣଧିନ କୋଠା କାର୍ଯ୍ୟ ବନ୍ଦ ହୋଇଥିବା ବେଳେ କାହାର କାରଖାନାରେ ମଧ୍ୟ ପିଡିଛି ତାଲା । ପୁଣି କାହାର ରାସ୍ତା କଡ ଠେଲା ଦୋକାନ ଅଚଳ । ଫଳରେ ଏମାନେ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ୟୁପି ମୁଖ୍ୟମନ୍ତ୍ରୀ ଜାରି କଲେ ନିର୍ଦ୍ଦେଶ

ଗତ ଦୁଇ ଦିନ ଧରି ଦିଲ୍ଲୀ, ନୋଏଡା, ଆଗ୍ରା, ଲକ୍ଷ୍ମୌ ଭଳି ସହର ଛାଡି ଦିନ ମଜୁରିଆ ପଳାଉଥିବା ବେଳେ ଚିନ୍ତା ବ୍ୟକ୍ତ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁବାର ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇ ଏହି ସମସ୍ତ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ ସ୍ପଷ୍ଟ ଭାବେ କହିଛନ୍ତି ଦେଶର ଯେକୌଣସି ପ୍ରଦେଶର ନାଗରିକ ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ସରକାର ସହାୟତା ଯୋଗାଇ ଦେବେ । କୌଣସି ନିର୍ମାଣ ଶ୍ରମିକଙ୍କ କିଛି ଅସୁବିଧା ହେବ ନାହିଁ ବୋଲି ୟୁପି ସରକାର କହିଛନ୍ତି ।

ଦିଲ୍ଲୀରେ ଖୋଲିଲା ହେଲ୍ପଲାଇନ ନମ୍ବର

ଏହାବାଦ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ବିହାର, ଉତ୍ତରାଖଣ୍ଡ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବାସନ ଦେଇ କହିଛନ୍ତି କୌଣସି ଲୋକଙ୍କର କିଛି ସମସ୍ୟା ହେବନାହିଁ । ଉତ୍ତର ପ୍ରଦେଶ ସରକାର ସମସ୍ତ ପଦକ୍ଷେପ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.