ETV Bharat / bharat

ମେକ୍-ସିଫ୍ଟ ହସ୍ପିଟାଲ ନିର୍ମାଣ ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ - corona virus

କୋରୋନା ଭାଇରସ ସଙ୍କଟ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଦେଶରେ କୋରୋନା ଜୀବାଣୁ ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କେନ୍ଦ୍ର ନିଜ ଆଫିଡେଭିଟ୍‌ରେ ସ୍ବୀକାର କରିଛି।

corona-virus-india-modi-govt-affidavit-
ମେକ୍-ସିଫ୍ଟ ହସ୍ପିଟାଲ ନିର୍ମାଣ ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ୍
author img

By

Published : Jun 4, 2020, 4:42 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି । ଦେଶରେ କୋରୋନା ଜୀବାଣୁ ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କେନ୍ଦ୍ର ନିଜ ଆଫିଡେଭିଟ୍‌ରେ ସ୍ବୀକାର କରିଛି । ଏଭଳି ପରିସ୍ଥିତିରେ ଦେଶରେ ବହୁ ସଂଖ୍ୟକ ମେକ୍-ସିଫ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ପଡିବ ।

କେନ୍ଦ୍ର ସରକାର ଦେଇଥିବା ଆଫିଡେଭିଟ୍‌ରେ କୁହାଯାଇଛି ଯେ ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ, ନିକଟସ୍ଥ ଡାକ୍ତରଖାନା ବ୍ୟତୀତ କୋରୋନା ରୋଗୀଙ୍କ ପାଇଁ ଅସ୍ଥାୟୀ ମେକ୍-ସିଫ୍ଟ ହସ୍ପିଟାଲ୍ ନିର୍ମାଣ କରିବାକୁ ପଡିବ । ଯାହାଦ୍ବାରା ସେମାନଙ୍କର ଯତ୍ନ ନିଆଯାଇପାରିବ ।

ପ୍ରକାଶଥାଉକି, ଗତ କିଛି ଦିନ ମଧ୍ୟରେ ଭାରତରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ 3-4 ଦିନ ମଧ୍ୟରେ ପ୍ରତିଦିନ 8 ହଜାରରୁ ଅଧିକ ମାମଲା ହେଉଥିବାବେଳେ ଗୁରୁବାର 9 ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନ ସୁଦ୍ଧା ଦେଶରେ ମୋଟ କୋରୋନା ସଂକ୍ରମଣ ସଂଖ୍ୟା 2.17 ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା 6 ହଜାର ଅତିକ୍ରମ କରିଛି ।

ପ୍ରକାଶଥାଉକି, ଗୁରୁବାର ସୁପ୍ରିମକୋର୍ଟରେ ଲକଡାଉନ୍ ବେଳେ ଶ୍ରମିକମାନଙ୍କ ମଜୁରୀ ଉପରେ ଶୁଣାଣି ହୋଇଥିଲା । ସରକାର ଏହି ମାମଲାରେ କହିଛନ୍ତି ଯେ ଏହା କମ୍ପାନୀ ଓ ଶ୍ରମିକଙ୍କ ମଧ୍ୟରେ ଏକ ମାମଲା, ଯେଉଁଥିରେ ସରକାର ହସ୍ତକ୍ଷେପ କରିବେ ନାହିଁ । ବର୍ତ୍ତମାନ ଜୁନ 12 ରେ କୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ଏହି ସଙ୍କଟ ସମୟରେ ରୋଗୀମାନଙ୍କର ଯତ୍ନ ନେଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଯତ୍ନ ନେବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.