ETV Bharat / bharat

କୋରୋନା ସଂକ୍ରମିତଙ୍କ ସଂଖ୍ୟା 1834 ପାର୍, ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି

author img

By

Published : Apr 2, 2020, 9:42 AM IST

ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଏହି ସଂଖ୍ୟା 1834ରେ ପହଞ୍ଚିଲାଣି । ଅନ୍ୟପକ୍ଷେ 41ଜଣଙ୍କ ମୃତ୍ୟୁ ହେଲାଣି । 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ସୂଚନା ମିଳିଛି ।

corona virus havoc
କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଏହି ସଂଖ୍ୟା 1834ରେ ପହଞ୍ଚିଲାଣି । ଅନ୍ୟପକ୍ଷେ 41ଜଣଙ୍କ ମୃତ୍ୟୁ ହେଲାଣି । 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ଦିନରେ 437 ନୂଆ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ବର୍ତ୍ତମାନ 1,649 ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ 143ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୁଧବାର ସନ୍ଧ୍ୟା ମଧ୍ୟରେ ଆସିଥିବା ମୃତ୍ୟର ସଂଖ୍ୟା ମଧ୍ୟରେ ଜଣେ ମୃତକ ପଶ୍ଚିମବଙ୍ଗର ଓ ଅନ୍ୟଜଣେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ବୁଧବାର ରାତି ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ 9ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ଗୁଜୁରାଟରେ 6, କର୍ଣ୍ଣାଟକରେ 3, ମଧ୍ୟପ୍ରଦେଶରେ 3, ପଞ୍ଜାବରେ 3, ତେଲେଙ୍ଗାନାରେ 3, ପଶ୍ଚିମବଙ୍ଗରେ 3, ଦିଲ୍ଲୀରେ 2, ଜମ୍ମୁ-କାଶ୍ମୀରରେ 2, ଉତ୍ତରପ୍ରଦେଶରେ 2, କେରଳରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁ, ବିହାର ଓ ହିମାଚଳପ୍ରଦେଶରେ ଜଣେ ଲେଖାଏଁ ମୃତ ଥିବା ଜଣାପଡିଛି ।

ଦେଶରେ ସର୍ବାଧିକ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 302ରେ ପହଞ୍ଚିଛି । କେରଳରେ 241 ଓ ତାମିଲନାଡୁରେ 234 । ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 152 । ପ୍ରକାଶଥାଉକି, ଦିଲ୍ଲୀରେ ପୃଥକ ଭାବରେ 5000 ଲୋକଙ୍କୁ ରଖାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଲୋକ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.