ETV Bharat / bharat

କୋରୋନା କଟକଣା: ଦିଲ୍ଲୀ ମେଟ୍ରୋ ଜାରି କଲା ନୂଆ ଆଡଭାଇଜରୀ - delhi metro new advisory

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(ଡିଏମଆରସି) ନୂଆ ଆଡଭାଇଜରୀ ଜାରି କରିଛନ୍ତି ।

coronavirus news
କୋରୋନା ପାଇଁ ଦିଲ୍ଲୀ ମେଟ୍ରୋ ଜାରୀ କଲା ନୂଆ ଆଡଭାଇଜରୀ
author img

By

Published : Mar 20, 2020, 10:43 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧା ସମଗ୍ର ଭାରତେ 195 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4ଜଣଙ୍କର ମୃତ୍ୟୁ ଘଟିସାରିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(ଡିଏମଆରସି) ନୂଆ ଆଡଭାଇଜରୀ ଜାରି କରିଛନ୍ତି । ଏବେ ମେଟ୍ରୋରେ ଯାତ୍ରା କରୁଥିବା ଲୋକେ ଗୋଟିଏ ସିଟ୍ ଛାଡି ବସିବେ । ଏହି ନିୟମ ଶୁକ୍ରବାରଠାରୁ ଲାଗୁ କରାଯାଇଛି ।

coronavirus news
କୋରୋନା ପାଇଁ ଦିଲ୍ଲୀ ମେଟ୍ରୋ ଜାରୀ କଲା ନୂଆ ଆଡଭାଇଜରୀ

ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀ ଅନୁଯାୟୀ, ଅତ୍ୟନ୍ତ ଜରୁରୀ ଥିଲେ ହିଁ ଯାତ୍ରୀମାନେ ମେଟ୍ରୋ ବ୍ୟବହାର କରନ୍ତୁ । ଏଥିସହ ମେଟ୍ରୋରେ ଯାତାୟତ ସମୟରେ ସାମାଜିକ ଦୂରତା ବଜାୟ ରଖନ୍ତୁ । ଏଥିସହ ପାଖରେ ବସିଥିବା ଲୋକଙ୍କ ଠାରୁ 1ମିଟର ଦୂରତାରେ ବସନ୍ତୁ ।

ଏହାଛଡା ବର୍ତ୍ତମାନ ଠାରୁ ମେଟ୍ରୋରେ ଠିଆ ହୋଇ ଯିବା ଉପରେ ରୋକ ଲଗାଯାଇଛି । ଏଥିସହ ଏଣିକି ମେଟ୍ରୋରେ ଯାତାୟତ କରୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାଛଡା ଯଦି କୌଣସି ବ୍ୟକ୍ତିଙ୍କ ଠାରେ କୋରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ସହ ତାଙ୍କୁ ଆଇସୋଲେସନ ୱାର୍ଡକୁ ପଠାଯିବ । ଆଡଭାଇଜରୀରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଦିଲ୍ଲୀ ମେଟ୍ରୋର କୌଣସି ସ୍ଥାନରେ ଲୋକମାନଙ୍କ ମଧ୍ୟରେ 1 ମିଟର ଦୂରତା ପରିଲିଖିତ ନହୁଏ ସେଠାରେ ମେଟ୍ରୋ ରହିବନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.