ଜୟପୁର: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମଗ୍ର ଦେଶବାସୀ କୋରୋନା ଭାଇରସର ମୁକାବିଲା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ଦୀପ ଜାଳି ଏକଜୁଟ ରହିବାକୁ ଅନୁରୋଧ କରିଥିଲେ । ହେଲେ ଦୀପ ଜାଳିବାକୁ ଯାଇ ରାଜସ୍ଥାନ ରାଜଧାନୀ ଜୟପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରବିବାର ରାତି 9ଟାରେ ଜୟପୁରବାସୀ ଦୀପ ଜାଳିଥିଲେ । ଦୀପ ଜାଳିବା ସହିତ ଲୋକ ଆକାଶ ଛତା ମଧ୍ୟ ଛାଡିଥିଲେ । ଏହାପରେ ସେଥି ମଧ୍ୟରୁ ଗୋଟିଏ ଦୀପ ଜୟପୁର ବୈଶାଳୀ ନଗରର ଏକ ଚାଳ ଘରେ ପଡିଯାଇଥିଲା । ଫଳରେ ଉକ୍ତ ଘରେ ନିଆଁ ଲାଗିବା ସହ ପାଖରେ ଥିବା ଘରଗୁଡିକରେ ନିଆଁ ଲାଗିଯାଇଥିଲା । ଠିକ୍ ସମୟରେ ଦମକଳ ବାହୀନି ଆସି ନିଆଁକୁ ଆୟତ କରିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଛି ।