ETV Bharat / bharat

କ୍ବାରେଣ୍ଟାଇନରୁ ତବଲିଗୀ ଜମାତର 12 ଜଣ ଫେରାର

author img

By

Published : Apr 4, 2020, 9:48 AM IST

ଗୋଟିଏ ପଟେ ଦେଶରେ ନିଜାମୁଦ୍ଦୀନ ମରକଜ ସମାରୋହ ଚିନ୍ତା ବଢାଇଥିବା ବେଳେ ଅପରପକ୍ଷେ କ୍ବାରେଣ୍ଟାଇନରେ ଥିବା ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡର ତବଲିଗୀ ଜମାତର 12ଜଣ ଲୋକ ଫେରାର ହୋଇଥିବା ଘଟଣା ସାମ୍ନାକୁ ଆସୁଛି ।

corona
ତବଲୀଗ ଜମାତର 12 ଲୋକ ଫେରାର

ମୁମ୍ବାଇ: ଗୋଟିଏ ପଟେ ଦେଶରେ ନିଜାମୁଦ୍ଦୀନ ମରକଜ ସମାରୋହ ଚିନ୍ତା ବଢାଇଥିବା ବେଳେ ଅପରପକ୍ଷେ କ୍ବାରେଣ୍ଟାଇନରେ ଥିବା ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡର ତବଲିଗୀ ଜମାତର 12ଜଣ ଲୋକ ଫେରାର ହୋଇଥିବା ଘଟଣା ସାମ୍ନାକୁ ଆସୁଛି ।

ତେବେ ମହାରାଷ୍ଟ୍ର ପୁନେ ତବଲିଗୀ ଜମାତର 10 ଜଣ ଲୋକ ଏବଂ ଉତ୍ତରାଖଣ୍ଡ କାଶୀପୁରର କ୍ବାରେଣ୍ଟାଇନରେ ଥିବା 2 ଜଣ ଲୋକ ଝରକା ଭାଙ୍ଗି ଫେରାର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିଜାମୁଦ୍ଦୀନ ମରକଜ ସମାରୋହରେ ପୁଣେର 10ଲୋକ ଯୋଗ ଦେଇଥିଲେ । ସେମାନେ ଫେବୃୟାରୀ 23ରେ ମହାରାଷ୍ଟ୍ର ଫେରିଥିଲେ । 23-6 ଫେବୃୟାରୀ ପର୍ଯ୍ୟନ୍ତ ସେମାନେ ପୁଣେରେ ହିଁ ଥିଲେ । ତେବେ ନିଜାମୁଦ୍ଦୀନ ମରକଜ ସମାରୋହ ଘଟଣା ଜଣାପଡିବା ପରେ ପୁଣେ ପ୍ରଶାସନ 10 ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ ଫେରାର ଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ପୋଲିସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.