ETV Bharat / bharat

କୋରୋନା ପ୍ରକୋପ: ପ୍ରାଣ ହରାଇଲେଣି 361

author img

By

Published : Feb 3, 2020, 8:54 AM IST

ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା  361ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ଜନିତ ମୃତ୍ୟୁର 56ଟି ନୂଆ ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

corona-virus
କୋରୋନା ଭାଇରସ

ନୂଆଦିଲ୍ଲୀ: ଅଣାୟତଃ ହେବାରେ ଲାଗିଛି ଚୀନର ହୁୱାଇ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ । ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 361ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ଜନିତ ମୃତ୍ୟୁର 56 ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି 16 ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ବର୍ତ୍ତମାନ ସୁଦ୍ଧା 9,618 ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 478 ଜଣ ଗୁରୁତର ଥିବା ଜଣା ପଡିଛି । ସେପଟେ ଆମେରିକାରେ କୋରୋନା ଭାଇରସ ସଂକ୍ରମଣର 9ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି ଚୀନ ଏବଂ ଋଷ ମଧ୍ୟର ସମସ୍ତ ରେଳ ସେବା ବାତିଲ କରିଛନ୍ତି ଋଷ ସରକାର ।

ସେପଟେ ଭାରତରେ ମଧ୍ୟ କୋରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । କେରଳରେ 2 ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି । ଉଭୟଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ଏହି ଭାଇରସରେ ସଂକ୍ରମଣ ଥିବା ସନ୍ଦେହ କରି ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.