ETV Bharat / bharat

ଆସାମର ସବୁ କାରାଗାର ହେବ କୋଭିଡ କେୟାର, ରାଜ୍ୟରେ 481 କଏଦୀ କୋରୋନା ଆକ୍ରାନ୍ତ

ଆସାମରେ କଏଦୀ କୋରୋନା ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ କେବଳ ଗୌହାଟୀ ସେଣ୍ଟ୍ରାଲ ଜେଲକୁ କୋଭିଡ କେୟାର ପରିଣତ କରାଯାଇଥିଲା ।ଅଧିକ ପଢନ୍ତୁ...

author img

By

Published : Jul 22, 2020, 7:23 AM IST

Updated : Jul 22, 2020, 8:48 AM IST

ଆସାମର ସବୁ କାରଗାର ହେବ କୋଭିଡ କେୟାର
ଆସାମର ସବୁ କାରଗାର ହେବ କୋଭିଡ କେୟାର

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନାର ବିକଳ ସ୍ଥିତି । ଭୟଙ୍କର ଭାବେ ବୃଦ୍ଧି ପାଉଛି ସଂକ୍ରମଣ । ଆସାମରେ ମଧ୍ୟ ଆକ୍ରାନ୍ତଙ୍କ ବଢିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ରାଜ୍ୟରେ 481 ଜଣ କଏଦୀ ସଂକ୍ରମିତ ହୋଇଛନ୍ତି। କାରଗାରକୁ କୋରୋନା ପ୍ରବେଶ ପରେ ରାଜ୍ୟ ସମସ୍ତ ଜେଲଗୁଡିକୁ କୋଭିଡ କେୟାରରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆସାମରେ ତୀବ୍ର ଗତିରେ କୋରୋନା ସଂକ୍ରମିତ ମାମଲାରେ ବଢିବାରେ ଲାଗିଛି । ରାଜ୍ୟର ପ୍ରତ୍ୟେକ ଜେଲକୁ କୋଭିଡ-କେୟାର ସେଣ୍ଟରରେ ପରିଣତ କରାଯିବ । ଏହା ପୂର୍ବରୁ ଗୌହାଟୀ ସେଣ୍ଟ୍ରାଲ ଜେଲକୁ କୋଭିଡ-କେୟାର ସେଣ୍ଟର କରାଯାଇଛି । ରାଜ୍ୟରେ କଏଦୀ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାୟୀ, ଗୌହାଟୀ ସେଣ୍ଟ୍ରାଲ ଜେଲରେ ଶରଜୀଲ ଇମାମ ଏବଂ ଆସାମର କୃଷକ ନେତା ଅଖିଲ ଗୋଗୋଇଙ୍କ ସମେତ 435 ଜଣ କଏଦୀଙ୍କୁ କୋରୋନା ପଜିଟିଭ ବୋଲି ଜଣାପଡିଛି। ସେଣ୍ଟ୍ରାଲ ଜେଲରେ 1069 କଏଦୀଙ୍କ ମଧ୍ୟରୁ 435 ସଂକ୍ରମିତ ହୋଇଛନ୍ତି ।

Last Updated : Jul 22, 2020, 8:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.