ମହାମାରୀ କୋରୋନାର ପ୍ରାଣଘାତକ ପ୍ରକୋପ ବିଶ୍ବର ସମସ୍ତ ଦେଶ ଗୁଡିକ ଜାରି ରହିଛି । ସାରା ବିଶ୍ବରୁ ପାଖପାଖି 40 ଲକ୍ଷ ମାମଲା ରିପୋର୍ଟ କରାଯିବା ସହ 2,73,000 ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ ଏହି ପ୍ରାଣଘାତକ ମହାମାରୀ ପ୍ରକୋପରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଆମେରିକା, ବ୍ରିଟେନ, ଇଟାଲୀ ଏବଂ ସ୍ପେନ ରହିଛି । ସେହିପରି ଭାରତରେ 60 ହଜାରରୁ ଅଧିକ ମାମଲା ସହ 1900 ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ । ସେହିପରି ଅନେକ ଦେଶରେ 90 ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଭାବିତ କରିଥିବା ଏହି ଭୂତାଣରୁ ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ବିଶ୍ବ ଏହାର ପ୍ରତିଷେଧକ କିମ୍ବା ଔଷଧର ଅପେକ୍ଷା କରିଛି । ଯାହା ଏହି ଭୂତାଣୁକୁ ସମୂଳେ ନାଶ କରିବ ।
ଭାରତ ସମେତ ଅନେକ ଦେଶରେ ବିଭିନ୍ନ ଭୂତାଣୁର ଜେନେଟିକ୍ ମେକଅପର ଅନୁସନ୍ଧାନ କରିବା ସହ ଜେନମ୍ସର ବିଶ୍ଲେଷଣ କରିବା ପାଇଁ ଭିତ୍ତିଭୂମି ରହିଛି । ତଥାପି ଏମିତି ଅନେକ ଭାଇରସ୍ ଅଛି ଯାହା ପାଇଁ ଏପର୍ଯ୍ୟନ୍ତ ଟିକା ମିଳିପାରି ନାହିଁ । କୋରୋନା ଭୂତାଣୁ ପାଇଁ ଟୀକା ବାହାର କରିବା ଏତେ ସହଜ ନୁହେଁ ବୋଲି ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ଚେତାବନୀ ଦେଇ ଆସୁଛନ୍ତି । କୋରୋନା ଭୂତାଣୁରେ ଏହି ଅପ୍ରତ୍ୟାଶିତ ପରିବର୍ତ୍ତନ ଅନୁସନ୍ଧାନକାରୀଙ୍କ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜ ହୋଇଛି । ଏହାକୁ ଏଡାଇବାର ଏକମାତ୍ର ଲକ୍ଷ୍ୟ ହେଉଛି ବୈଜ୍ଞାନିକଙ୍କ ସ୍ଥିରତା ଏବଂ ସଂକଳ୍ପକୁ ବୃଦ୍ଧି କରିବା । ଗତ ଜାନୁଆରୀ 7 ତାରିଖରେ ଚୀନ ଦ୍ବାରା ଏହି ମହାମାରୀର ଜିନୋମର ଉନ୍ମୋଚିତ ହୋଇଥିଲା । ଏଯାବତ ଅନେକ ମେଡିକାଲ୍ ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପ୍ରାୟ ଛଅ ହଜାର ଗବେଷଣା ପତ୍ର ପ୍ରକାଶ କରିସାରିଛନ୍ତି । ଆଉ ଏମିତି ସମୟରେ ସମସ୍ତେ ଉପଯୁକ୍ତ ଆଣ୍ଟିଡୋଟ୍ ଖୋଜି ବାହାର କରି ଏକ ବିରଳ ରେକର୍ଡ ସୃଷ୍ଟି କରିବା ପାଇଁ ସୁଯୋଗ ଖୋଜୁଛନ୍ତି । ତେବେ ବହୁମୁଖୀ ଅନୁସନ୍ଧାନ ଏକ ସଫଳ ସିଦ୍ଧାନ୍ତ ଆଡକୁ ଅଗ୍ରସର ହେଉଥିବା ବେଳେ ଏହି ବିପର୍ଯ୍ୟୟର ସମାପ୍ତି ହେବା ନେଇ ଏକ ନୂତନ ଆଶା ସୃଷ୍ଟି କରୁଛି । ବର୍ତ୍ତମାନ କୋରୋନାର କଳାବାଦଲରେ ଢାଙ୍କି ହୋଇ ରହିଥିବା ସାରା ଦୁନିଆକୁ ଏହି ଆଶା ଏକ ସୂର୍ଯ୍ୟାଲୋକ ସଦୃଶ ।
ଅନୁସନ୍ଧାନର ଗୁଣବତ୍ତା ଏବଂ ନୂତନ ଉଦ୍ଭାବନ ପାଇଁ ଜଣାଶୁଣା ଇସ୍ରାଏଲ୍ ଖୁବଶୀଘ୍ର କୋରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ଏକ ନୂତନ ଚିକିତ୍ସା ପଦ୍ଧତି ଆଣିବାର ସମ୍ଭାବନା ରହିଛି । ସଂକ୍ରମିତଙ୍କ ଶରୀରରେ ଭାଇରସର ବିନାଶ କରିପାରୁଥିବା ଆଣ୍ଟିବଡିର ବ୍ୟବସାୟିକ ଉତ୍ପାଦନ ଯଦି ଖୁବଶୀଘ୍ର ଆରମ୍ଭ ହୁଏ ତେବେ ଏହା କୋଭିଡ-19 ନିୟନ୍ତ୍ରଣରେ ଏକ ପ୍ରମୁଖ ପଦକ୍ଷେପ ହେବ । ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟି ନିକଟରେ ଘୋଷଣା କରିଛି ଯେ ଶିମ୍ପାଞ୍ଜିରେ ଏଡେନୋଭାଇରସ୍ ସହିତ ଡିଜାଇନ୍ ହୋଇଥିବା ଏକ ଟୀକାରେ ଫାର୍ମାସ୍ୟୁଟିକାଲ୍ ପରୀକ୍ଷଣ ସଫଳ ହୋଇଛି । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରିଛନ୍ତି ଯେ ଭାରତର ବିଭିନ୍ନ ପର୍ଯ୍ୟାୟରେ ଅତି କମରେ 30ଟି ଟୀକାର ପରୀକ୍ଷା ଚାଲିଛି । ସେହିପରି ଇବୋଲା ଚିକିତ୍ସାରେ ରେମେଡିଜିଭିର ସହିତ ବ୍ୟବହୃତ ଚାରି ପ୍ରକାରର ଔଷଧ ମଧ୍ୟ କୋରୋନା ସହ ଲଢିବାକୁ ସକ୍ଷମ । ଯାହା ଏକ ପ୍ରକାର ଆଶ୍ବସନା ପରି କାମ ଦେଉଛି । ଟୀକାକରଣରେ ପ୍ଲେଗ, ମିଳିମିଳା, ପୋଲିଓ ଭଳି ଭୟଙ୍କର ମହାମାରୀ ଧାରଣ କରିବାର ସର୍ବବୃହତ ରେକର୍ଡ ରହିଛି । ଯାହା ଦୁନିଆରେ ହଇଚଇ ସୃଷ୍ଟି କରିଥିଲା ।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, କିଛି ମାସ ମଧ୍ୟରେ କୋରୋନା ପାଇଁ ଟୀକା ପ୍ରସ୍ତୁତ ହେବା ପରେ ଏହାକୁ କିଛି ମାସ ମଧ୍ୟରେ ବିଶ୍ବର 780 ନିୟୁତ ଜନସଂଖ୍ୟାର ପ୍ରାୟ 50 ରୁ 70 ପ୍ରତିଶତ ମଧ୍ୟରେ ବ୍ୟବହାର କରାଯିବା ଉଚିତ୍ । ବୃହତ ସ୍ତରରେ ଆବଶ୍ୟକ ଡୋଜ ପ୍ରସ୍ତୁତ କରିବା ନେଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ପାଇଁ ବାସ୍ତବରେ ଏକ ଚାଲେଞ୍ଜ ହେବ । ଯେତେବେଳେ ବି ଏହାର ଟିକା ମିଳିବ ବିଶ୍ବର ରାଷ୍ଟ୍ରମାନଙ୍କୁ ଏହାକୁ ବିନା କୌଣସି ମତଭେଦରେ ଏକାଠି କରିବାକୁ ପଡିବ, ଯଦ୍ବାରା ମାନବିକତାକୁ ଦୃଷ୍ଟିରେ ରଖି ଏହାକୁ ସୁଲଭ ତଥା ଶସ୍ତା ମୂଲ୍ୟରେ ଉପଲବ୍ଧ କରାଯାଇପାରିବ । ଏକତାର ଏହି ଶକ୍ତି କୋରୋନାକୁ ନିୟନ୍ତ୍ରଣ ଏବଂ ବିନାଶ କରିପାରିବ ।