ETV Bharat / bharat

ଆସନ୍ତାବର୍ଷ ଆସିବ କୋରୋନା ଟିକା:‘ସର୍ବେ ପ୍ରଥମେ ନେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ’

author img

By

Published : Sep 14, 2020, 10:48 AM IST

ଆସନ୍ତା ବର୍ଷ ଆସିବ କୋରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

2021ରେ ଆସିବ ଟୀକା: ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଲେ, ‘ସର୍ବ ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ମହାମାରୀ କୋରୋନାର ଟିକା ବାହାର କରିବାରେ ଏବେ ସବୁ ଦେଶର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ରବିବାର ଦିନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କୋରୋନା ଟିକାକୁ ନେଇ କୌଣସି ସନ୍ଦେହ ଅଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଟିକା ନେବେ । ବାସ୍ତବରେ, ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଡିଜିଟାଲ ମାଧ୍ୟମରେ କରାଯାଇଥିବା 1 ଘଣ୍ଟାର ଏହି କାର୍ଯ୍ୟକ୍ରମରେ ସେ କୋରୋନା ଟିକା ବିଷୟରେ ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ଏଥି ସହିତ, ଯେଉଁମାନେ କୋରୋନାରୁ ସୁସ୍ଥ ହୋଇ ପରେ ପୁଣି ଅସୁସ୍ଥ ହୋଇପଡିଥିଲେ, ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସମୟରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଟିକା ଉପରେ କାମ କରାଯାଉଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। କେଉଁ ଟିକା ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ, ତାହା କୁହାଯାଇପାରିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ କୋରୋନା ଟିକା ବାହାରିବାର ଏପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ପ୍ରାଥମିକତା ଆଧାରରେ ମୋର୍ଚ୍ଚାରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ, ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ପ୍ରଥମେ ଭ୍ୟାକସିନ୍ ଦିଆଯିବ । ଯଦି ଲୋକଙ୍କ ମନରେ ଭ୍ୟାକସିନକୁ ନେଇ ସନ୍ଦେହ ରହିଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଭ୍ୟାକସିନ୍ ନେବେ ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 2021ର ପ୍ରଥମ ତିନି ମାସ ସୁଦ୍ଧା, ଆମେ ବିଭିନ୍ନ ଟିକା ପରୀକ୍ଷଣର ଫଳାଫଳ ବିଷୟରେ ଜାଣିବା । ଏସଆଇଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୂନାଵାଲା କହିଛନ୍ତି ଯେ, ଯେବେ ଯାଏଁ ପରୀକ୍ଷଣ ପୁରା ନ ହୋଇଛି ସେବେ ଯାଏଁ କୌଣସି ନିଷ୍କର୍ସ ପହଞ୍ଚିବା ଉଚିତ ନୁହେଁ । ଶେଷ ଯାଏଁ ପ୍ରକ୍ରିୟାକୁ ସମ୍ମାନ କରିବା ଉଚିତ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.