ETV Bharat / bharat

କୋରୋନା ନେଲା ମଧ୍ୟପ୍ରଦେଶରେ 50 ବର୍ଷୀୟ ସାମ୍ବାଦିକଙ୍କ ଜୀବନ - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା ନେଲା ଆଉ ଏକ ମୁଣ୍ଡ । ମଧ୍ୟପ୍ରଦେଶର ଦେୱାସ ଜିଲ୍ଲା ହାତପିପାଲ୍ୟା ଟାଉନରେ ଜଣେ 50 ବର୍ଷୀୟ ସାମ୍ବାଦିକଙ୍କର ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣା ପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏକ ଦୈନିକ ହିନ୍ଦୀ ଖବରକାଗଜ ପାଇଁ କାର୍ଯ୍ୟରତ ଥିଲେ ।

corona death in india, coronavirus news, corona update, corona in madhyapradesh, କୋରୋନା ମୃତ୍ୟୁ, ମଧ୍ୟପ୍ରଦେଶରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
କୋରୋନା ନେଲା ମଧ୍ୟପ୍ରଦେଶରେ 50 ବର୍ଷୀୟ ସାମ୍ବାଦିକଙ୍କ ଜୀବନ
author img

By

Published : Apr 10, 2020, 6:56 PM IST

ଭୋପାଳ: କୋରୋନା ନେଲା ଆଉ ଏକ ମୁଣ୍ଡ । ମଧ୍ୟପ୍ରଦେଶର ଦେୱାସ ଜିଲ୍ଲା ହାତପିପାଲ୍ୟା ଟାଉନରେ ଜଣେ 50 ବର୍ଷୀୟ ସାମ୍ବାଦିକଙ୍କର ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣା ପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏକ ଦୈନିକ ହିନ୍ଦୀ ଖବରକାଗଜ ପାଇଁ କାର୍ଯ୍ୟରତ ଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଥମ କୋରୋନା ମୃତ୍ୟୁ ବୋଲି ଜଣା ପଡିଛି । ସେପଟେ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଅନ୍ୟ 2 ବ୍ୟକ୍ତି କୋରୋନା ପଜିଟିଭ ରହିଥିବାର ସୂଚନା ରହିଛି ।

ଖବର ମୁତାବକ ମୃତ ବ୍ୟକ୍ତି ଜଣଙ୍କ ତିନି ଚାରି ଦିନ ତଳେ ଜ୍ବରରେ ପୀଡିତ ଥିବା ବେଳେ ବୁଧବାର ରାତିରେ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । ଏହା ଜଣା ପଡିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁବାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା । ତେଣୁ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାର କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଜିଲ୍ଲାରେ 62ଟି ସ୍ବାବ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 3 ଟି ପଜିଟିଭ ରହିଥିଲା । ଯେଉଁଥିରୁ ଜଣଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି ଓ ଅନ୍ୟ 2 ଏବେ ବି ଚିକିତ୍ସିତ ଅଛନ୍ତି । ଏଥିସହ ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 426ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 33ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.