ETV Bharat / bharat

ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଆଣ୍ଡ୍‌ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକଙ୍କ ମୁହଁରୁ...

author img

By

Published : May 3, 2020, 3:14 PM IST

Updated : May 4, 2020, 11:33 AM IST

କୋରୋନା କାୟାରେ ସାରା ବିଶ୍ବ ! ସାଧାରଣ ଜୀବନ ଠାରୁ ଆରମ୍ଭ କରି ସାମାଜିକ ସମ୍ପର୍କ ଏଵେ ବିପନ୍ନ, ବିଚ୍ଛିନ୍ନ ! ଦୀର୍ଘ ମାସେ ଧରି ଲୋକେ ନିଜକୁ ତାଲାବନ୍ଦ କରି ରଖିଛନ୍ତି। ଏଭଳି ସ୍ଥିତିରେ କୋରୋନା ମହାମାରୀର ପ୍ରତିକାର ଓ ପଦକ୍ଷେପ ସମ୍ପର୍କରେ ଲୋକଙ୍କ ମନରେ ଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଆଣ୍ଡ୍ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ। ଅଧିକ ପଢନ୍ତୁ...

Dr. Lalit Mohan Nayak
କୋରୋନା ଟିପ୍ସ, ଶୁଣନ୍ତୁ ହେଲଥ୍ ସ୍ପେଶାଲିଷ୍ଟ ଡକ୍ଟର ଲଳିତ ମୋହନ ନାୟକଙ୍କ ମୁହଁରୁ...

ଜୟପୁର: କୋରୋନା କାୟାରେ ସାରା ବିଶ୍ବ ! ସାଧାରଣ ଜୀବନ ଠାରୁ ଆରମ୍ଭ କରି ସାମାଜିକ ସମ୍ପର୍କ ଏଵେ ବିପନ୍ନ, ବିଚ୍ଛିନ୍ନ ! ଦୀର୍ଘ ମାସେ ଧରି ଲୋକେ ନିଜକୁ ତାଲାବନ୍ଦ କରି ରଖିଛନ୍ତି।ଯାହାଫଳରେ ଅତ୍ୟାଧୁନିକତାର ସାମାଜିକ ଚଳଣୀ ଯେମିତି ଯନ୍ତ୍ରଣା-ଜର୍ଜରିତ। କ୍ଷଣିକରେ ଅସମ୍ଭବକୁ ସମ୍ଭବ କରିପାରୁଥିବା ମଣିଷ, ସାମାନ୍ୟ ଭୂତାଣୁ ଲଢେଇରେ ଧରାଶାୟୀ! ଶକ୍ତିଶାଳୀ ରାଷ୍ଟ୍ର ଗୁଡିକର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଗଲାଣି। ରାଜନୈତିକ ପୃଷ୍ଠଭୂମି ବି ଦୋହଲିଲାଣି। ନିରୁପାୟ ମଣିଷ ସମାଜ ଏଵେ ଭ୍ୟାକ୍ସିନ୍ ଅପେକ୍ଷାରେ ! ତେବେ ଏହି ଅଦୃଶ୍ୟ ମହାମାରୀ ସହ ବିନା ଅସ୍ତ୍ରରେ ଲଢ଼ିବା ପାଇଁ କେବଳ ଟିକିଏ ସତର୍କତା,ସଚେତନତା ଓ ସଫା ସୁତୁରା ରହିବା ଜରୁରୀ।

ତେବେ ଏହି ଭୟଙ୍କର ମହାମାରୀର ପ୍ରତିକାର ଓ ପଦକ୍ଷେପ ସମ୍ପର୍କରେ ଲୋକଙ୍କ ମନରେ ଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଆଣ୍ଡ୍ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ।

ସାମାଜିକ ଦୂରତା, ମାସ୍କ, ଲକ୍‌ଡାଉନ ଛଡା ଆଉ କିଛି ବିକଳ୍ପ ଅଛି କି ?

ଉ- କେବଳ ମାସ୍କ ପିନ୍ଧିବା ଓ ଘରେ ରହିବା ଛଡା ଆମକୁ ହାତ ଗ୍ଲୋବସ୍‌ ପିନ୍ଧିବା ଜରୁରୀ। ଘରୁ ପଦାକୁ ବାହାରିଲେ ହାତରେ ଗ୍ଲୋବସ ପିନ୍ଧି ବାହାରିବା ଉଚିତ୍‌ । ସେହିପରି ମାସ୍କ ପରି ହାତ ଗ୍ଲୋବସ୍‌ ମଧ୍ୟ ଆମେ ନିଜେ ତିଆରି କରି ଏହାକୁ ବ୍ୟବହାର କରି ପାରିବା ।

ବିନା ଲକ୍ଷଣରେ ବି ଆସୁଛି କୋରୋନା ପଜେଟିଭ, ଏହାକୁ ନେଇ କଣ କହିବେ ?

ଉ- ଯଦି ଆମେ ଆଇସିଏମଆର ତଥ୍ୟକୁ ଦେଖିବା ତେବେ ପ୍ରାୟ 70 ପ୍ରତିଶତ ଲୋକଙ୍କ ନିକଟରେ ଲକ୍ଷଣ ଦେଖାଯାଉନାହିଁ । ତେବେ ବିନା ଟେଷ୍ଟରେ ଏହା ଆମେ ଜାଣିପାରିବା ନାହିଁ । କିନ୍ତୁ ଏହା ଭାବି ଆମେ ଲୋକଙ୍କୁ ଖରାପ ନଜରରେ ଦେଖି ପାରିବା ନାହିଁ । ଲୋକଙ୍କଠୁ ସାମାଜିକ ଦୂରତା ବଜାୟ ରଖିବା ଏବଂ WHO ନିର୍ଦ୍ଦେଶାବଳୀମାନୀ ଚଳିବା ।

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ କଣ କରିବା ଦରକାର ?

ଉ-ଗୋଷ୍ଠୀ ସଂକ୍ରମଣ ରୋକିବା ବହୁତ ଜରୁରୀ ହୋଇପଡିଛି । କାରଣ ଗାଁ ଗାଁକୁ ଏହି ଭୂତାଣୁ ନ ବ୍ୟାପିବା ଦରକାର । କିନ୍ତୁ ଓଡିଶା ସରକାର ବହୁତ ଭଲ ପଦକ୍ଷେପ ନେଇଛନ୍ତି । ସରପଞ୍ଚଙ୍କୁ ଶପଥ ଦେଇଛନ୍ତି ତଥାପି ସରକାରଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ଦରକାର ।

ଭଦ୍ରକ, ଯାଜପୁର ଓ ବାଲେଶ୍ବର ଭଳି ରେଡଜୋନକୁ କୋରୋନା ମୁକ୍ତ ପାଇଁ କଣ ରହିବ ସରକାରଙ୍କ ଷ୍ଟ୍ରାଟେର୍ଜୀ ?

ଉ-ପ୍ରଥମତଃ କମ୍ୟୁନିଟି ମିଡିଆକୁ ଆଗକୁ ଆସିବା ଦରକାର । କାରଣ ଗ୍ରାମାଞ୍ଚଳ ଲୋକମାନଙ୍କର ଏନେଇ ଭୟ ରହିଛି । ତେଣୁ ଗଣମାଧ୍ୟମ ଆଗକୁ ଆସି ସଚେତନ କରିବା ଉଚିତ୍‌ । ଏହାସହ ସରକାର ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଟ୍ରେନିଂ ଦେବା ଉଚିତ୍‌ କାରଣ ସେମାନେ ହିଁ ପ୍ରକୃତରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିପାରିବେ ।

କୋରୋନାରୁ ମୁକ୍ତି ପାଇଥିବା ଲୋକମାନେ ସମାଜ ପାଇଁ କଣ କରିବା ଦରକାର ?

ଉ- ସେମାନଙ୍କୁ ଆମେ କୋରୋନା ଚମ୍ପିଆନ୍ସ ନାମରେ ମଧ୍ୟ ଡାକିପାରିବା । ଏମାନଙ୍କର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ । କାରଣ ଏମାନେ ଥରେ ସେ ରୋଗକୁ ଜିତି ଆସିଛନ୍ତି । ତେଣୁ ମିଡିଆ ସେମାନଙ୍କ ଅନୁଭବକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର । ଫଳରେ ଲୋକେ ଭୟଭୀତ ହେବେ ନାହିଁ ।

ରୋଗପ୍ରତିରୋଧକ ଶକ୍ତି ବଢାଇବା କିପରି ?

ଉ- ଆମେ ଘରେ ରହି ଏହା ବୃଦ୍ଧି କରିପାରିବା । ସରକାରଙ୍କ(ଆୟୁଷ) ଗାଇଡ୍‌ଲାଇନ୍‌କୁ ମାନିବା । ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଗରମ ଗରମ ଖାଦ୍ୟ ଖାଇବା ଜରୁରୀ । ଏହାସହ ନିତିଦିନ ବ୍ୟାୟାମ କରିବା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2020, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.