ETV Bharat / bharat

ୟୁପିରେ ବଢିବ କୋଭିଡ ଟେଷ୍ଟିଂ କ୍ଷମତା, ଦୈନିକ 25 ହଜାର ପରୀକ୍ଷା

author img

By

Published : Jun 29, 2020, 12:44 PM IST

ଆସନ୍ତାକାଲି(ମଙ୍ଗଳବାର) ଠାରୁ ୟୁପିରେ ବଢିବ କୋରୋନା ପରୀକ୍ଷା କ୍ଷମତା । ପ୍ରତିଦିନ କରାଯିବ 25 ହଜାର COVID-19 ପରୀକ୍ଷା । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ଅଧିକ ପଢନ୍ତୁ...

ୟୁପିରେ ବଢିବ କୋଭିଡ ଟେଷ୍ଟିଙ୍ଗ କ୍ଷମତା, ଦୈନିକ 25 ହଜାର ପରୀକ୍ଷା

ଲକ୍ଷ୍ନୌ: ଆସନ୍ତାକାଲି(ମଙ୍ଗଳବାର) ଠାରୁ ୟୁପିରେ କୋରୋନା ପରୀକ୍ଷା କ୍ଷମତା ବୃଦ୍ଧି ପାଇବ । ପ୍ରତିଦିନ କରାଯିବ 25 ହଜାର COVID-19 ପରୀକ୍ଷା । ତେବେ ଉତ୍ତରପ୍ରଦେଶ ସରକାର ପରୀକ୍ଷା କ୍ଷମତା ବୃଦ୍ଧି କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ବାରା ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 20 ହଜାର ପରୀକ୍ଷା କରାଯାଉଥିଲା । ଜୁନ୍ 30ରୁ ଦୈନିକ 25 ହଜାର ପରୀକ୍ଷା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ଜିଲ୍ଲାର ଡାକ୍ତରଖାନାଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଯନ୍ତ୍ରପାତି ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ। ଉତ୍ତରପ୍ରଦେଶରେ କୋରୋନା ଯୁଦ୍ଧର ଅଭିଯାନରେ ଟ୍ରୁନେଟ୍ ମେସିନ୍ ବହୁତ ଉପଯୋଗୀ ପ୍ରମାଣିତ ହେଉଛି । ବର୍ତ୍ତମାନ ଟ୍ରୁ ନେଟ୍ ପରେ ଆଣ୍ଟିଜେନ୍ ମେସିନ୍ ମଧ୍ୟ ବ୍ୟବହାର କରାଯିବ । ଏହା ସହିତ ସମସ୍ତ ମେଡିକାଲ କଲେଜଗୁଡ଼ିକ ମଧ୍ୟ ସେମାନଙ୍କର ଲାବୋରେଟୋରୀର ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ଉପକରଣ ସ୍ଥାପନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.