ETV Bharat / bharat

କ୍ବାରେଣ୍ଟାଇନ ମିଛ ଧରାପକାଇବ ସେଲ୍ଫି - home quarantine people

କର୍ଣ୍ଣାଟକ ସରକାର ଏକ ନୂଆ ନିୟମ ବାହାର କରିଛନ୍ତି । ବିଶେଷ କରି ହୋମ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଲକ୍ଷ୍ୟ ରଖି ଏହି ନିୟମ ଅଣାଯାଇଛି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଶକ୍ତ ହେଲେ କର୍ଣ୍ଣାଟକ ସରକାର
କୋରୋନା ଆତଙ୍କ: ଶକ୍ତ ହେଲେ କର୍ଣ୍ଣାଟକ ସରକାର
author img

By

Published : Mar 30, 2020, 9:49 PM IST

ବେଙ୍ଗାଲୁରୁ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପିଛି । କର୍ଣ୍ଣାଟକରେ ଏହି ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ଲୋକଙ୍କ ମିଛ ତଥ୍ୟ । ଅନେକ ବିଦେଶ ଫେରନ୍ତା ନିଜ ଗସ୍ତ ଖବର ଲୁଚାଉଛନ୍ତି । ଏହାସହ କ୍ବାରେଣ୍ଟାଇନରେ ରହୁନାହାନ୍ତି । ଫଳରେ ଏମାନଙ୍କ ଯୋଗୁଁ ଅଧିକ ସଂକ୍ରମଣର ଆଶଙ୍କା ବଢିବାରେ ଲାଗିଛି ।

ତେବେ ଏନେଇ କର୍ଣ୍ଣାଟକ ସରକାର ଏକ ନୂଆ ନିୟମ ବାହାର କରିଛନ୍ତି । ବିଶେଷ କରି ହୋମ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଲକ୍ଷ୍ୟ ରଖି ଏହି ନିୟମ ଅଣାଯାଇଛି । ଏହା ଅନୁସାରେ ଘରେ କ୍ବାରେଣ୍ଟାଇନରେ ଥିବା ଲୋକେ ସରକାରଙ୍କୁ ସବୁଦିନ ସକାଳେ ପ୍ରତି ଏକ ଘଣ୍ଟାରେ ସରକାରଙ୍କୁ ନିଜ ସେଲ୍ଫି ପଠାଇବେ । ଏଥିପାଇଁ ଏକ ଆପ୍ଲିକେସନ ବାହାରିଛି ଯେଉଁଥିରେ ରେଜିଷ୍ଟାର କରି ସେମାନେ ସରକାରଙ୍କୁ ଏହି ସେଲ୍ଫି ପଠାଇବେ । ଏଥିରୁ ସରକାର ଜାଣିପାରିବେ ଯେ କିଏ କେତେ ଦିନ ସଠିକ ଭାବେ କ୍ବାରେଣ୍ଟାଇନ ନିୟମ ପାଳନ କରୁଛି କି ନାହିଁ ।

ଯାହା ପାଖରେ କୋଭିଡ 19ର ଲକ୍ଷଣ ଦେଖାଯାଉଛି କିମ୍ବା କିଏ ଯଦି ବିଦେଶ ଅବା ବାହାର ରାଜ୍ୟରୁ ଆସିଛି ତେବେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ହେଲେ କ୍ବାରେଣ୍ଟାଇନରେ ଅଛି କହି କିଛି ଲୋକ ଏହାକୁ ଠିକ ଭାବେ ମାନୁନାହାନ୍ତି । ତେଣୁ ସରକାର ଏହି ନିୟମ ବାହାର କରିଛନ୍ତି । ଏହାକୁ ନମାନିଲେ ଏକ ଟିମ ଉଲ୍ଲଙ୍ଘନକାରୀଙ୍କ ନିକଟରେ ପହଞ୍ଚିବ । ଏହାସହ ସେମାନଙ୍କୁ ଜବରଦସ୍ତ ସରକାରଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି । ଏହାଦ୍ବାରା ଅନେକ ମିଛୁଆ ଲୋକ ଧରାପଡିବା ସହ ସମସ୍ତେ ନିୟମକୁ ମାନିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.