ETV Bharat / bharat

ଅଳିଆ ଗାଡିରେ ଡାକ୍ତରଖାନା ଗଲେ କୋରୋନା ସନ୍ଦିଗ୍ଧ !

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଆକିଭିଡୁ ଜୋନ୍‌ର ଭୀମାରାମ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

author img

By

Published : Jul 27, 2020, 6:36 PM IST

ଅଳିଆ ଗାଡିରେ ଡାକ୍ତରଖାନା ଗଲେ କୋରୋନା ସନ୍ଦିଗ୍ଧ

ଅମରାବତୀ: କୋରୋନା କାଳରେ ସ୍ବାସ୍ଥ୍ୟବ୍ୟବସ୍ଥା ପ୍ରଚଳନର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ଅଭାବରୁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଏକ ଅଳିଆ ଗାଡିରେ ଡାକ୍ତରଖାନା ନିଆଯାଇଛି । ଏଭଳି ଏକ ଅମାନବିକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଆକିଭିଡୁ ଜୋନ୍‌ର ଭୀମାରାମ ଗ୍ରାମରେ ।

ସୂଚନା ମୁତାବକ, ବିଜୟୱାଡାର ସତୀଶ କୁମାର ନାମକ ଜଣେ ବ୍ୟକ୍ତି ଦୁଇ ଦିନ ଧରି ଭୀମରାମ ବସଷ୍ଟାଣ୍ଡରେ ଚେତାଶୂନ୍ୟ ହୋଇ ପଡ଼ିରହିଥିଲେ । ସେ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ତେବେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନ ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପୀଡିତଙ୍କୁ ଗ୍ରାମ ପଞ୍ଚାୟତର ଏକ ଅଳିଆ ଗାଡିରେ ଡାକ୍ତରଖାନାକୁ ନେଇଥିଲେ ।

ତେବେ କୋରୋନା ପରୀକ୍ଷା ପାଇଁ ଶତୀଶଙ୍କୁ ଏଲୁରୁ ପଠାଯାଉଥିବା ବେଳେ ସେ ସେଠାରୁ ପଳାଇ ଯାଇଥିଲେ। ପୋଲିସର ସୂଚନା ଅନୁସାରେ, ସତୀଶ କୁମାର ଅତ୍ୟଧିକ ମଦ୍ୟପାନ ହେତୁ ଅସୁସ୍ଥ ହୋଇପଡିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଉପଲବ୍ଧ ନଥିବା ଯୋଗୁଁ ତାଙ୍କୁ ଗ୍ରାମ ପଞ୍ଚାୟତର ଏକ ଅଳିଆ ଟ୍ରକରେ ଡାକ୍ତରଖାନା ନିଆଯାଇଥିଲା ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.