ETV Bharat / bharat

ପଡୋଶୀଙ୍କ ଅବହେଳାର ଶିକାର କୋରୋନା ମୁକ୍ତ ବ୍ୟକ୍ତି

ଜଣେ ବ୍ୟକ୍ତି କୋରୋନାରୁ ସୁସ୍ଥ ହୋଇ ନିକଟରେ ଘରକୁ ଫେରିଛନ୍ତି । ହେଲେ ପାଖ ପଡୋଶୀ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 13, 2020, 8:33 PM IST

ପଡୋଶୀଙ୍କ ଅବହେଳାର ଶିକାର କୋରୋନା ମୁକ୍ତ ବ୍ୟକ୍ତି
ପଡୋଶୀଙ୍କ ଅବହେଳାର ଶିକାର କୋରୋନା ମୁକ୍ତ ବ୍ୟକ୍ତି

ଭୋପାଳ: ସରକାରଙ୍କ ବାରମ୍ବାର ଘୋଷଣା ଓ ଅନୁରୋଧ ସତ୍ତ୍ବେ ସଚେତନ ହେଉନାହାନ୍ତି ଲୋକେ । କୋରୋନା ଆକ୍ରାନ୍ତଙ୍କ ପ୍ରତି ସମାଜର ଖରାପ ଦୃଷ୍ଟି ଓ ବ୍ୟବହାର ଏବେ ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି । ଏପରିକି ସୁସ୍ଥ ହୋଇ ଫେରିଲା ପରେ ମଧ୍ୟ ଆପଣାଇବାକୁ ମନା କରୁଛନ୍ତି ପାଖ ପଡୋଶୀ ।

ଏପରି ଏକ ଘଟଣା ମଧ୍ୟପ୍ରଦେଶର ଶିବପୁରୀରେ ଘଟିଛି । ଏଠାରେ ଜଣେ ବ୍ୟକ୍ତି କୋରୋନାରୁ ସୁସ୍ଥ ହୋଇ ନିକଟରେ ଘରକୁ ଫେରିଛନ୍ତି । ହେଲେ ପାଖ ପଡୋଶୀ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି । ସେ ସୁସ୍ଥ ହେଲା ପରେ ମଧ୍ୟ ତାଙ୍କୁ ଗ୍ରହଣ କରିନାହାନ୍ତି ଲୋକେ । ଏପରିକି ତାଙ୍କ ପରିବାର ପ୍ରତି ସମସ୍ତ ପ୍ରକାର ଅବହେଳା କରାଯାଉଛି ।

ପରିବାର ଲୋକେ ଯେଉଁ ରାସ୍ତାରେ ଯାତାୟତ କରୁଛନ୍ତି ସେ ଗଳି ଦେଇ ଯିବାକୁ ଅନ୍ୟମାନଙ୍କୁ ବାରଣ କରୁଛନ୍ତି ପଡୋଶୀ । ଏହାସହ ତାଙ୍କ ଘରେ କ୍ଷୀର ଦେବାକୁ କ୍ଷୀରବାଲାକୁ ମନା କରିଛନ୍ତି ପଡୋଶୀ । ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କହି ଅନ୍ୟ ଲୋକଙ୍କୁ ଭୟଭୀତ କରୁଛନ୍ତି । ଫଳରେ ବାଧ୍ୟ ହୋଇ ଉକ୍ତ ଘର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ପରିବାରଲୋକେ । କାରଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁନଥିବାରୁ ଚଳିବା ମୁସ୍କିଲ ହୋଇପଡିଥିବା ସେମାନେ ଦୁଃଖର ସହ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.